ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଉ ଏକ ବଡ଼ ପ୍ରୋତ୍ସାହନ : ରାଣୀତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ ପାଇଁ ₹୧୪୯.୩୨ କୋଟି ମଞ୍ଜୁର

  • ବ୍ୟସ୍ତବହୁଳ ହାଓଡ଼ା-ଚେନ୍ନାଇ ରୁଟରେ ଭିଡ଼ କମ କରିବା ଏବଂ ସୁଗମ ଓ ଦ୍ରୁତ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନୂତନ ରେଳ ଲାଇନ ।
  • ଧାମରା ଏବଂ ପାରାଦୀପ ବନ୍ଦର ସହିତ ସଂଯୋଗୀକରଣ ଉନ୍ନତ କରିବା ଏବଂ ଯାତ୍ରୀଙ୍କ ପାଇଁ ବିଳମ୍ବ ହ୍ରାସ କରିବା ପାଇଁ ପ୍ରକଳ୍ପ ।

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ₹୧୪୯.୩୨ କୋଟି ମୂଲ୍ୟରେ ରାଣିତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ (୫.୦୬ କିଲୋମିଟର) ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ସହିତ ଟ୍ରେନ ପରିଚାଳନାର କ୍ଷମତା ଏବଂ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଧାମରା ଏବଂ ପାରାଦୀପ ବନ୍ଦରକୁ ମାଲ ପରିବହନ ସଂଯୋଗକୁ ଉନ୍ନତ କରିବ । ରାଣିତାଲ ଲିଙ୍କ କ୍ୟାବିନ୍-ଭଦ୍ରକ ସେକ୍ସନ ହାଓଡ଼ା-ଚେନ୍ନାଇ ହାଇ-ଡେନ୍ସିଟି ନେଟୱାର୍କ (HDN)ର ଏକ ଅଂଶ, ଯାହା ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ କରିଡର ମଧ୍ୟରୁ ଗୋଟିଏ । ନୂତନ ଭାବରେ ମଞ୍ଜୁର ହୋଇଥିବା ଚତୁର୍ଥ ଲାଇନଟି ମୁଖ୍ୟ ଲାଇନରୁ ବନ୍ଦର ଅଭିମୁଖୀ ମାଲ ପରିବହନକୁ ପୃଥକ କରି କରିଡରକୁ ଭିଡ଼ କମ କରିବାରେ ସାହାଯ୍ୟ କରିବ, ଯାତ୍ରୀ ଏବଂ ମେଲ୍/ଏକ୍ସପ୍ରେସ୍ ଟ୍ରେନ ଉଭୟ ପାଇଁ ଦ୍ରୁତ ଏବଂ ଅଧିକ ସମୟାନୁବର୍ତ୍ତୀ ପରିଚାଳନା ସୁନିଶ୍ଚିତ କରିବ । ଏତଦବ୍ୟତୀତ ଏହା ଖଡ଼ଗ୍‌ପୁରରୁ ଭୁବନେଶ୍ୱର ମଧ୍ୟରେ ଅଧିକ କୋଚିଂ ଟ୍ରେନର ସୁଗମ ଚଳାଚଳକୁ ମଧ୍ୟ ପ୍ରୋତ୍ସାହିତ କରିବ । ବର୍ତ୍ତମାନ, ଏହି ସେକ୍ସନରେ ପ୍ରବଳ ଭିଡ଼ ହେଉଛି, ଯାହା ପ୍ରାୟତଃ ଟ୍ରେନଗୁଡିକର ଗତିରେ ବାଧା ସୃଷ୍ଟିକରେ । ଏହି ପ୍ରକଳ୍ପ ସମାପ୍ତ ହେବା ସହିତ, ପରିଚାଳନାଗତ ପ୍ରତିବନ୍ଧକକୁ ହ୍ରାସ କରାଯିବ, ଯାହା ଜନସାଧାରଣଙ୍କ ପାଇଁ ଏକ ଅଧିକ ନିର୍ଭରଯୋଗ୍ୟ ଏବଂ ସମୟାନୁବର୍ତ୍ତୀ ଟ୍ରେନ ସମୟସୂଚୀକୁ ସକ୍ଷମ କରିବ । ଏହି ପ୍ରକଳ୍ପ ମାଲ ପରିବହନ ଏବଂ କୋଚିଂ ଟ୍ରେନଗୁଡ଼ିକୁ ପୃଥକୀକରଣ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସାମଗ୍ରିକ ରୁଟ୍ ଦକ୍ଷତାକୁ ଉନ୍ନତ କରିବାରେ ସହାୟତା କରିବ । ବର୍ଦ୍ଧିତ ଲାଇନ କ୍ଷମତା ଏହି ଅଞ୍ଚଳର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଅତିରିକ୍ତ ଟ୍ରାଫିକ୍ ଚଳାଚଳକୁ ସୁଯୋଗ ଦେବ । ଏହି ପଦକ୍ଷେପ ପୂର୍ବତଟ ରେଳପଥର ଭିତ୍ତିଭୂମିକର ଆଧୁନିକୀକରଣ କରିବା ଏବଂ ଓଡ଼ିଶାର ଲୋକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ରେଳ ନେଟୱାର୍କ ସୃଷ୍ଟି କରିବାର ନିରନ୍ତର ମିଶନର ଏକ ଅଂଶ ।

jittmm
Leave A Reply

Your email address will not be published.