ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି : ୩ ଅଟକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ମାଁ ଡୋକରି ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜୟପାଟଣା ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିବା ବେଳେ ୩ ଜଣକୁ ଅଟକ ରଖିଥିବା ଜଣାପଡ଼ିଛି । ଦୁର୍ବୁର୍ତ୍ତମାନେ ମନ୍ଦିର ହୁଣ୍ଡିରୁ ଟଙ୍କା ନେଇଥିବା ଜଣାପଡ଼ିଥିବା ବେଳେ ତଦନ୍ତ ଚାଲୁ ରହିଛି । ତାଳଗୁଡ଼ ମାଁ ଡୋକରି ଅଞ୍ଚଳରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଥିବା ବେଳେ ଏଭଳି କାଣ୍ଡ ଘଟାଇ ଥିବା ଦୁର୍ବୁର୍ତ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହେଉ ବୋଲି ଭକ୍ତ ଶ୍ରଦ୍ଧାଳୁଙ୍କ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.