centurian jitm

ଟାଲରେ କଳସ ଯାତ୍ରା ସହ ଆରମ୍ଭ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ କଳସ ଯାତ୍ରା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ଗାଁର ବଡ ପୋଖରୀରୁ ଗାଁ ପରିକ୍ରମା କରି ଶତାଧିକ ମହିଳା ଓ ପୁରୁଷ କଳସ ଧରି ପୂଜା ମଣ୍ଡପକୁ ଆଣିଥିଲେ । ଏହି କଳସ ଯାତ୍ରାରେ ଓଡିଶା ତଥା ଓଡିଶା ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ତଥା ଘଣ୍ଟବାଦ୍ୟ, କଲଙ୍ଗୀ ନାଚ, ଝୁମର, କୀର୍ତ୍ତନ୍ୟ ଦଳ, ଜାମପାଲିର ପ୍ରସିଦ୍ଧ ଗଣ୍ଡାବଜା, ସଂପ୍ରଦା ଦଳ, ଘୁଡୁକା ନାଚ ଦଳ ଯୋଗ ଦେଇଥିଲେ । ଆଜି ଠାରୁ ଦୁଇଦିନ ଧରି ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ଏହି କଳସ ଯାତ୍ରାରେ ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ଅମୃତଲାଲ ହୋତା, ବିଜୟ ହୋତା, ଦାଶରଥି ହୋତା, ଶଚିପତି ହୋତାଙ୍କ ପୂଜାପାଠରେ ମୁଖ୍ୟକର୍ତ୍ତା ଗାଁର ଗୌନ୍ତିଆ ବଳଦେବ ସାହୁ, ପତ୍ନୀ ଝୁମି ସାହୁ, ଜୟକୁମାର ସାହୁ, ପତ୍ନୀ ପ୍ରେମଶିଳା ସାହୁ, କିଶୋର ପଧାନ, ପତ୍ନୀ ପୂଣ୍ଣିମା ପଧାନ, କୁମୁଦ ଦାଶ, ପତ୍ନୀ ସୁଜାତା ଦାଶ, ଅରବିନ୍ଦ ପଣ୍ଡା, ପତ୍ନୀ ଲିପ୍‌ସାମୟୀ ଖମାରୀ, କୀର୍ତ୍ତିବାସ ସ୍ୱାଇଁ ପତ୍ନୀ ଆରତୀ ସ୍ୱାଇଁ, ଉମେଶ ବଢେଇ, ପତ୍ନୀ ଅନୁସୟା ବଢେଇ, ରୋଶନ ସାହୁ, ପତ୍ନୀ ଶ୍ୱେତା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇବେ । ଅନୁଷ୍ଠିତ ଅଷ୍ଟପ୍ରହରୀ ନାମ ଯଜ୍ଞରେ ରୋଶନ ସାହୁ, ପତ୍ନୀ ଶ୍ୱେତା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇବେ । ଅଷ୍ଟ ପ୍ରହରୀ ନାମଯଜ୍ଞରେ ଅଞ୍ଚଳର ସମସ୍ତ କୀର୍ତ୍ତନ୍ୟ ଦଳ ସହ ବରିକେଲ, ପହଣ୍ଡି, ଗୁଡେଶିରା, ରେଙ୍ଗାଲି କୀର୍ତ୍ତନ୍ୟ ଦଳ ଯୋଗଦେବେ । ଏହି ଅବସରରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ ଯୋଗ ଦେଇଥିଲେ । ପଦ୍ମପୁର ବ୍ଲକ ଭେଁଉରିଆ ଟେଣ୍ଟହାଉସ ଦ୍ୱାରା ସୁନ୍ଦର ଆଲୋକିତ ସାଜସଜ୍ଜା ଦର୍ଶକ ମାନଙ୍କୁ ବିମୋହିତ କରୁଛି । ଆଜି ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ପୂଜା କମିଟିର ସଂପାଦକ ଧିରେନ ବିଶ୍ୱାଲ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଆସନ୍ତା ୨୦ ତାରିଖରୁ ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଅଭିନୟ କରୁଥିବା ଭୁବନ ପଧାନ ରାବଣ ଭୂମିକାରେ ଅଭିନୟ କରିବେ ଏବଂ ରାବଣ ଦରବାରରେ ଓଡିଶା ଏବଂ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ, ଓଡିଶାର ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଏଣ୍ଡ ଗୃପ, ଟିଙ୍କୁ ଟିଙ୍ଗାଲୁ ଏଣ୍ଡ ଗୃପ ଯୋଗଦେବା ସହ ଉମା ଏଣ୍ଡ ଗୃପ ଆର୍କ୍ରେଷ୍ଟା, ମା’ ସାରଳା ଦଣ୍ଡ ନୃତ୍ୟ ଟାଲର, ଗଞ୍ଜାମର ଶ୍ରୀ ଶ୍ରୀ ଜଗନ୍ନାଥ ଅପେରା, ପ୍ରତ୍ୟେହ ଦିନ ପାରାୟଣ, କୀର୍ତ୍ତନ୍ୟ ଧାରା, କୀର୍ତ୍ତନ୍ୟ ବୈଠକି, କୃଷ୍ଣଗୁରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯିବ । ଗାଁର ପୂଜା କମିଟି, ଶାନ୍ତି କମିଟି, ଗ୍ରାମ୍ୟ କମିଟି, ଯୁବ ସମାଜ ସହଯୋଗ କରିଥିଲେ ।

Leave A Reply

Your email address will not be published.