ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ଆଜି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଗଲା । ଆସନ୍ତା ୧୯.୦୧.୨୫ରୁ ୨୪.୦୧.୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ । ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତାଙ୍କ ପୂଜାପାଠରେ ମୁଖ୍ୟ କର୍ତ୍ତା ଦାୟିତ୍ୱ ଗାଁର ଗୌନ୍ତିଆ ବଳଦେବ ସାହୁ(ରାଜା) ତୁଳାଇଥିଲେ । ଏହି ମହୋତ୍ସବରେ ସାଥୀ କର୍ତ୍ତା ଭାବେ ଜୟକୁମାର ସାହୁ, କିର୍ତ୍ତିବାସ ସ୍ୱାଇଁ, ରୋଶନ ସାହୁ, କୁମୁଦ ଦାଶ, କିଶୋର ପଧାନ, ଅରବିନ୍ଦ ପଣ୍ଡା, ଉମେଶ ବଢେଇ ଦାୟିତ୍ୱ ତୁଳାଇବେ । ଆସନ୍ତା ୧୯.୦୧.୨୫ ରବିବାର ଦିନ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ ଓ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ହେବ । ତା. ୨୦.୦୧.୨୫ ସୋମବାର ଦିନ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହେବ । ପ୍ରତିଷ୍ଠା ମହୋତ୍ସବ ପ୍ରଥମ ଦିନ ବରଗଡ ବିଶ୍ୱ ପ୍ରସିଦ୍ଧ କଂସ ଭୂବନ ପଧାନଙ୍କ ଦ୍ୱାରା ରାବଣ ଦରବାର ହେବ । ଏହି ଦରବାରରେ ଓଡିଶାର ବିଭିନ୍ନ ସାଂସ୍କୃତିକ ଦଳ ସହ ପଶ୍ଚିମ ଓଡିଶାର ସୁନାମଧନ୍ୟ କଳାକାର ମାନେ ଯୋଗଦେବେ । ଶୁଭସ୍ତମ୍ଭ ସ୍ଥାପନ ଦିନ ଗ୍ରାମ୍ୟ କମିଟି, ପୂଜା କମିଟି, ଶାନ୍ତି କମିଟି ସହ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.