ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନାମଯଜ୍ଞ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଅବସରରେ ଛପନ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ନାମଯଜ୍ଞ ପାଇଁ ରୁପାଧାର ସେଠ୍ ଓ ସବିତା ସେଠ୍ କର୍ତ୍ତା ଦାୟିତ୍ୱ ତୁଳାଉଛନ୍ତି । ଗୁରୁବାର ଦିନରୁ ତୁଳସୀ ରାମାୟଣ ନବାହ ପାରାୟଣ ହୋଇଯାଇଥିଲା । ଏଥିରେ ପଦ୍ମିନୀ ମେହେର ଓ ଯୁଗଳ କିଶୋର ମେହେର କର୍ତ୍ତା ଦାୟିତ୍ୱ ନେଉଥିବା ବେଳେ ବ୍ୟାସ ଭାବେ ଡ. ମିଳନ ମିଶ୍ର ଯୋଗ ଦେଇ ପାରାୟଣ ପଠନ କରି ଆସୁଛନ୍ତି । ପ୍ରତିଷ୍ଠା ଉତ୍ସବରେ ଆୟୋଜିତ ଯଜ୍ଞରେ ବିଜେଡି ନେତା ସୁଶୀଲ ଚାନ୍ଦ, ଧର୍ମପତ୍ନୀ ରଶ୍ମିତା ଚାନ୍ଦ କର୍ତ୍ତା ଭାବେ ଦାୟିତ୍ୱ ନେଇଛନ୍ତି । ଆଜିଠୁ ନାମଯଜ୍ଞ ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଷ୍ଠା ଉତ୍ସବ ଯୋଗୁଁ ଗାଁରେ ଉତ୍ସବମୁଖର ରହିଛି ।

Leave A Reply

Your email address will not be published.