oom

ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଓରିଏନ୍‌ଟେସନ କାର୍ଯ୍ୟକ୍ରମ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର ୱିଂସରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ନେଇ ଏକ ଓରିଏନ୍‌ଟେସନ କାର୍ଯ୍ୟକ୍ରମ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ମେନେଜମେଣ୍ଟର ସଦସ୍ୟା ଶ୍ରୀମତୀ ଶ୍ୟାମାଲତା ଅଗ୍ରୱାଲ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଆନନ୍ଦ ଜୈନ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ସ୍କୁଲର ଉପାଧ୍ୟକ୍ଷ ପିତାମ୍ବର ଶର୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଅଭିଷେକ ବହିଦାର, ସତ୍ୟବାଦୀ ସେଠୀ ପ୍ରୋଜେକ୍ଟର ମାଧ୍ୟମରେ ବିଦ୍ୟାଳୟର ବିଭିନ୍ନ ଉପଲବ୍ଧିକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ବିଷୟରେ ପିପିଟି ମାଧ୍ୟମରେ ସୁନ୍ଦର ଭାବରେ ବୁଝାଇଥିଲେ । ଏଠାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ । ସ୍କୁଲର ଡାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତି ଆଗାମୀ ଦିନରେ ସ୍କୁଲରେ ଯୁକ୍ତଦୁଇ ପିଲାଙ୍କ ପାଇଁ ବ୍ରିଜ କୋର୍ସ ବିଷୟରେ ଅବଗତ କରାଇବା ସହ ଯୁକ୍ତଦୁଇର ନାମଲେଖା ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ । ଦୀର୍ଘ ୩୦ ବର୍ଷ ଧରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନ ଏହି ସ୍କୁଲ ଗଢି ତୋଳିଛି । ଯେଉଁମାନେ କି କେବଳ ନିଜ ଅଞ୍ଚଳ କି ଜିଲ୍ଲା କି ରାଜ୍ୟ ନୁହେଁ ବରଂ ବିଦେଶରେ ରହି ବିଭିନ୍ନ ପଦ ପଦବୀରେ କୀର୍ତ୍ତି ଅର୍ଜନ କରିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର, ଅନୁପମା ଚୌଧୁରୀ, ଦେବଶ୍ରୀ ମହାପାତ୍ର, ମମିତା ଚୌଧୁରୀ, ତୁଷାର ଦାସ, ସୁରେନ୍ଦ୍ର ଦାସ, ଆଶିଷ ସାହୁ, ଭୂପିନ୍ଦର ଚନ୍ଦ୍ରାକର, ପ୍ରମୋଦ କୁମାର ପାଲ, ଚିତ୍ତରଞ୍ଜନ ଚାନ୍ଦ, ଉଦୟ ଚନ୍ଦ୍ର ମହାପାତ୍ର ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ଜେ. ଏସ୍‌. ଲକ୍ଷ୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.