centurian jitm

କୋଏଲ ନଗର ‘ଡି’ ବ୍ଲକ୍‌ ସ୍ଥିତ ହନୁମାନ ମନ୍ଦିରର ସ୍ଥାପନା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର କୋଏଲ ନଗର ସ୍ଥିତ ‘ଡି’ ବ୍ଲକ୍‌ ହନୁମାନ ମନ୍ଦିରର ସ୍ଥାପନା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଏହି ଅବସରରେ ଶ୍ରୀହନୁମାନ ଚାଳିଶା ପଠନ ସହିତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଏହି ଅବସରରେ ଏକ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା ସମିତିର ଟ୍ରଷ୍ଟି ଜି କେ ଯୋଖୋଡ଼ିଆ, ଉମଙ୍ଗ ଅଗ୍ରୱାଳ, ବିଜୟ ଦାସ, ବିଜୟ ଦାସ, ଦିଲ୍ଲୀପ ମହାନ୍ତି, ରଜତ ମହାପାତ୍ରଙ୍କ ସମେତ ମୁକ୍ତିକାନ୍ତ ବିଶ୍ବାଳ, ସ୍ୱର୍ଣ୍ଣଲତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ହନୁମାନ ଚାଳିଶା ପାଠ ଓ ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମ ସଙ୍ଗୀତ ନିର୍ଦ୍ଦେଶକ ପ୍ରଦୀପ ଗୁରୁୱାରାଙ୍କ ନେତୃତ୍ବରେ ହୋଇଥିଲା । ଶେଷରେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା ।

Leave A Reply

Your email address will not be published.