ରିଷିଡା ଶିବ ମନ୍ଦିର ପୂଜକଙ୍କ ପରଲୋକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରର ମୁଖ୍ୟ ପୂଜକ ହୃଦାନନ୍ଦ ଥାନାପତିଙ୍କ ଆଜି ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ପଞ୍ଚସ୍ତରୀ ବର୍ଷ ହୋଇଥିଲା । ସେ ରିଷିଡା ଠାରେ ଶିବ ମନ୍ଦିର ହେବା ଦିନଠୁଁ ପୂଜା କରୁଥିଲେ । ତାଙ୍କର ସ୍ତ୍ରୀ, ଦୁଇ ପୁଅ, ପୁତ୍ରବଧୂ, ନାତିନାତୁଣୀ ଅଛନ୍ତି । ତାଙ୍କ ବିୟୋଗରେ ମନ୍ଦିର ପରିଚାଳନା କମିଟି ସଭାପତି ଦିଲୀପ କୁମାର ରଣା, ସମ୍ପାଦକ ଦୁଷ୍ମନ୍ତ ଲେଙ୍କା, ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ପ୍ରେମାନନ୍ଦ ପାତ୍ର, ସମ୍ପାଦକ ଅନ୍ତର୍ୟ୍ୟାମୀ ସାହୁ, କୈଳାସ ସାହୁ, ମଣ୍ଡକ ବି ଜେ ପି ସଭାପତି ସଞ୍ଜୟ ଜୈନ, ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.