centurian jitm

ଟାର୍ଗେଟ ଆସୁନଥିବାରୁ ଟୋକନ ପାଇ ବି ଚାଷୀ ଧାନବିକ୍ରି କରିବା ପାଇଁ ହଟହଟା, ଖବରପାଇ ସିନ୍ଧେକେଲା ମଣ୍ଡି ପରିଦର୍ଶନ କଲେ ତହସିଲଦାର

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପ୍ୟାକ୍ସ ଅଞ୍ଚଳରୁ ଚଳିତ ବର୍ଷ ଖରିଫ ଚାଷରେ ଅମଳ ହୋଇଥିବା ଧାନ ପ୍ୟାକ୍ସ ଜରିଆରେ ପାଖାପଖୀ ୩୧ ହଜାର କ୍ବିଣ୍ଟାଲ ଧାନ ବିକ୍ରୟପାଇଁ ଅନଲାଇନ ହୋଇଥିଲା । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ୧୩ ହଜାର କ୍ବିଣ୍ଟାଲ ଧାନର ଟାର୍ଗେଟ ଆସିଯାଇଥିବା ବେଳେ ୨୫୦ ଜଣ ଚାଷୀଙ୍କ ଠାରୁ ୧୨ ହଜାର ୨୩୨ କ୍ବିଣ୍ଟାଲ ଧାନ ଚାଷୀଙ୍କ ଠାରୁ ପ୍ୟାକ୍ସ କିଣି ସାରିଛି । କିନ୍ତୁ ପରିସ୍ଥିତିନୁଯାଇ କମରୁକମ ଆହୁରି ୪ ହଜାର କ୍ବିଣ୍ଟାଲ ଟାର୍ଗେଟର ଆବଶ୍ୟକତା ଥିବାବେଲେ ଟାର୍ଗେଟ ଆସୁନଥିବାରୁ ଟୋକନ ପାଇଥିବା ଚାଷୀ ପ୍ୟାକ୍ସକୁ ଧାନନେଇ ବିକ୍ରି କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ମିଳିଥିବା ସୁଚନା ମୁତାବକ ପରିସ୍ଥିତିକୁ ଦେଖି ଚଳିତ ମାସ ୧୨ ତାରିଖରେ ଚିଠି ନମ୍ବର ୧୧ ଓ ପୁଣୀ ୧୪ ତାରିଖରେ ଚିଠି ନମ୍ବର ୧୩ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମାତ୍ର ୧ ହଜାର କ୍ବିଣ୍ଟାଲ ଟାର୍ଗେଟ ମିଳିଥିଲା ତେବେ ଉପରୁ ଟାର୍ଗେଟ ନ ଆସିଲେ ଆମେ କଣ କରିପାରିବୁ ବୋଲି ପ୍ୟାକ୍ସ ସମ୍ପାଦକ ଘାସିରାମ ରଣା ପ୍ରକାଶ କରିଥିଲେ । ଅନ୍ୟପଟେ ଟୋକନ ପାଇଥିଲେ ହେଁ ଠିକ ସମୟରେ ଟାର୍ଗେଟ ଆସୁନଥିବାରୁ ଚଳିତ ମାସ ୧୬ ତାରିଖ ପର୍ୟ୍ୟନ୍ତ ୫ ଜଣଚାଷୀଙ୍କ ଟୋକନ କଟି ଯାଇଥିବା ଜଣାପଡିଛି । ଉଦାହରଣ ସ୍ୱରୂପ ଚାଷୀ ମୁନୀରାମ ନାଗଙ୍କ ଟୋକନ ଡିସେମ୍ବର ୨୦ ତାରିଖରେ ଆସିଥିଲେ ହେଁ ଟାର୍ଗେଟ ବିଳମ୍ବ ହେବାରୁ ଆଜି ବିକ୍ରି ହୋଇବି ପାରେ ବୋଲି ଶ୍ରୀ ନାଗ କହିଛନ୍ତି । ଏ ସବୁ ମଧ୍ୟରେ ଟୋକନ ପାଇଥିବା ଚାଷୀ ପ୍ୟାକ୍ସକୁ ଧାନ ବିକ୍ରି କରିବାକୁ ଆଣି ଦିନରାତି ନିଜ ଚାଷ କରିଥିବା ଧାନକୁ ଜଗିକି ରହି ବହୁ ଅସୁବିଧାର ସମ୍ମୁଖୀନ ହେବାସହ ହଟହଟା ହେଉଛି । ଏହାକୁନେଇ ଆଜି କିଛି ଚାଷୀ ସମାଜ ସେବୀ ଅନିଲ କୁମାର ତ୍ରିପାଠୀଙ୍କୁ ଅବଗତ କରିବାରୁ ସେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କୁ ଏହି ଅସୁବିଧା ବିଷୟରେ ଅବଗତ କରିଥିଲେ । ଏହାପରେ ତହସିଲଦାର ସିନ୍ଧେକେଲା ପ୍ୟାକ୍ସକୁ ପହଞ୍ଚି ସ୍ଥିତି ପରଖିବା ସହ ଚାଷୀଙ୍କ ସହ ଆଲୋଚନା କରି ନୋଟିସ ବୋର୍ଡରେ ଆଜିର ଟାର୍ଗେଟ ପାଇଥିବା ଲୋକଙ୍କ ସୁଚନା କାହିଁକି ଦିଆଯାଇନାହିଁ ବୋଲି ପଚାରିବା ସହ ପ୍ରତିଦିନ ନୋଟିସ ବୋର୍ଡ ଅପଡେଟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ୟାକ୍ସ ସମ୍ପାଦକଙ୍କୁ ଏବଂ ତାଙ୍କଠାରୁ ଅସୁବିଧା ବିଷୟରେ ଅବଗତ ହେବାସହ ମିଳର ମାନଙ୍କୁ ଟାର୍ଗେଟ ପାଇ ପ୍ୟାକ୍ସରେ ବିକ୍ରୟ କରିଥିବା ଚାଷୀଙ୍କ ଧାନ ଗାଡି ପଠାଇ ଉଠାଇବା ପାଇଁ ଫୋନଯୋଗେ କହିଥିଲେ । ଏବଂ ସରକାରଙ୍କ ନିୟମାନୁଯାଇ ଟାର୍ଗେଟ ପାଇବାକୁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଳି ଚାଷୀ ମାନଙ୍କୁ କହିଥିଲେ । ତେବେ ଠିକ ସମୟରେ ଟାର୍ଗେଟ ନ ଆସିଲେ ଟୋକନ ପାଇଥିବା ଆହୁରିବି ଚାଷୀ କଟିଯାଇ ପାରନ୍ତି ତେଣୁ ଆଗକୁ ଏହା ପ୍ରତି ଦୃଷ୍ଟିଦେବାକୁ ଉପସ୍ଥିତ ଚାଷୀ ମାନେ ନିବେଦନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନିଲ କୁମାର ତ୍ରିପାଠୀ ସିନ୍ଧେକେଲା ଅଞ୍ଚଳ କୃଷକ ସଂଘ ସଭାପତୀ ସଞ୍ଜୟ ସିଂହ ଦେଓ, ବିଜେପି ଯୁବମୋର୍ଚ୍ଚା ସିନ୍ଧେକେଲା ମଣ୍ଡଲ ଉପସଭାପତୀ ହେମନ୍ତ କୁମାର ସାହୁ, ଚାଷୀ ସନ୍ତୋଷ ରଣା, ମୁନୀରାମ ନାଗ, ଗୌର ସୁନା, ମଧୁସୂଦନ ସାହୁ, ଜୟ ପ୍ରକାଶ ତ୍ରିପାଠୀ, ଡିଇଓ ଡମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!