oom

କପୁର ମାଳ ଠାରେ ଖୋଲିଲା ଅସ୍ଥାୟୀ ମଣ୍ଡି

ଜୟପାଟଣା, (ଶେଷ ଦେବ ବେହେରା) : ଅନେକ ବର୍ଷର ପ୍ରତିକ୍ଷା ପରେ ଜୟପାଟଣା ବ୍ଲକର କପୁରମାଳ ଠାରେ ଅସ୍ଥାୟୀ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଏହି ମଣ୍ଡିର ପରିସର ମଧ୍ୟରେ ଜିଲ୍ଲାର ଏକ କୃଷି ବହୁଳ ଅଞ୍ଚଳ କପୁର ମାଳ, ରଜା ମୁଣ୍ଡା, ଓ ମୁଣ୍ଡୁରା ଗୁଡା, ଅଞ୍ଚଳର ୩୦୦ଜଣ ଚାଷୀଙ୍କ ହାରାହାରି ୧୫୦୦୦କ୍ଵିଣ୍ଟାଲ ଧାନ କିଣା ଯାଇ ପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଅଞ୍ଚଳର ଚାଷୀଙ୍କୁ ସୁଦୂର ମଙ୍ଗଳପୁରଠାରେ ମଣ୍ଡିରେ ଧାନ ବିକ୍ରି କରିବାକୁ ପଡ଼ୁଥିଲା । ସ୍ଥାନୀୟ ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି ଯୋଗାଣ ବିଭାଗ ଉକ୍ତ ପ୍ରସ୍ତାବକୁ ଜିଲ୍ଲାପାଳ ନ ନେତୃତ୍ଵାଧୀନ ଡିଏଲପିସି ସଭାରେ ଅସ୍ଥାୟୀ ଭାବରେ ମଞ୍ଜୁର ହେବା ପରେ ପରବର୍ତ୍ତୀ ଖରିଫ ସମୟରେ ଉକ୍ତ ମଣ୍ଡିକୁ ସ୍ଥାୟୀ କରାଯିବ ବୋଲି ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଡିଏଲପିସି ସଦସ୍ୟ ଶେଷ ଦେବ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଚାଷୀ ମାନେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସର୍ବୋପରି ସୋମବାର ମଣ୍ଡି ଉଦଘାଟନ ସମୟରେ ମୁଖିଗୁଡ଼ା ରାଜସ୍ୱ ନୀରିକ୍ଷକ ଶରତ ଚନ୍ଦ୍ର ଶଗଡ଼ିଆ, ମଙ୍ଗଳପୁର ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ ଅଗ୍ରୱାଲ, ଘାସିରାମ ନାଗ, ରୁଦ୍ର ପ୍ରସାଦ ପ୍ରଧାନ, ସଂଗ୍ରାମ ପଣ୍ଡା, ଗଙ୍ଗାଧର ପୁଝାରୀ, ମାଧବ ଚନ୍ଦ୍ର ବାଗ, ଦିନେଶ କୁମାର ଦିସାରୀ, ସମେତ କୃଷକ ନେତା ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ । ପ୍ରଥମ ଦିନ ଚାଷୀଙ୍କଠାରୁ ୨୫୦କ୍ଵିଣ୍ଟାଲ କିଣା ଯାଇଥିବା ସୂଚନା ମିଳିଛି । ପରବର୍ତ୍ତୀ ଖରିଫ ମଣ୍ଡି ପାଇଁ ନିୟନ୍ତ୍ରିତ ବଜାର କମିଟି ଭିତ୍ତି ଭୂମିର ବିକାଶ ସହିତ ସ୍ଥାୟୀ ମଣ୍ଡି ର ରୂପ ଦେବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.