ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ଏକାଡେମୀ ଦ୍ଵାରା ଅୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶୁଭ ଉଦ୍ଘାଟନ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଓଡିଶା ସାଂସ୍କୃତିକ ସଂସଦ, ବ୍ରହ୍ମପୁର ଦ୍ଵାରା ପ୍ରସ୍ତୁତ ନାଟକ “ଦେବନର୍ତ୍ତକୀ” ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ପ୍ରଦର୍ଶିତ ହୋଇଥିଲା । ଏହି ନାଟକଟିକୁ ନାଟ୍ୟଶ୍ରୀ ରଘୁନାଥ ମିଶ୍ର ରଚନା କରିଥିବା ବେଳେ ନାଟ୍ୟ ପ୍ରଦୀପ ମଦନ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତରେ ମୁନ୍ନା ମିଶ୍ର, ମଞ୍ଚ ସାଜସଜ୍ଜା ସତ୍ୟ ମହାରଣା ଓ ରୂପ ସଜ୍ଜା ଲରେ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ସହଯୋଗ କରିଥିଲେ । ପ୍ରାରମ୍ଭିକ ସଭାରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ ରବିନାରାୟଣ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଓଡିଶା ସାଂସ୍କୃତିକ ସଂସଦ ସମ୍ପାଦକ ଇଂ. ମନୋଜ ଦଣ୍ଡପାଟ ସ୍ୱାଗତ୍ ଭାଷଣ ଦେବା ସହ ଓଡିଶା ସାଂସ୍କୃତିକ ସଂସଦ ସଭାପତି ଭବାନୀ ଶଙ୍କର ମିଶ୍ର ସଭାପତିତ୍ଵ କରିଥିଲେ । ଶେଷରେ ବ୍ରହ୍ମପୁର କଳାକାର ଏକତା ମଞ୍ଚର ଉପସଭାପତି ରାଜଗୋପାଳ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓ ଏସ୍ଏସ୍ର ଉପସଭାପତି ଟି. ଆପ୍ପା ରାଓ, କୋଷାଧ୍ୟକ୍ଷ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ସଂସଦର ସମସ୍ତ ସଭ୍ୟ ଓ ସଭ୍ୟା ସହୋଯାଗ କରିଥଲେ । ଅଭିନୟରେ ଗିରିଜା ଶଙ୍କର ଦାସ, ଡ ମିହିର ତ୍ରିପାଠୀ, ବିନାୟକ ହୋତା, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଭାକାନ୍ତ ପାଣିଗ୍ରାହୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ସୁବାସ ମହାରଣା, ଦାୟିନୀ ଶିବ ଶଙ୍କର ଟୁନା ବେହେରା, ରବିନ୍ଦ୍ର କୁମାର ନାୟକ, ସସ୍ମିତା ରାଣୀ ରାଉତ ଓ ସୋନାଲି ଷଡଙ୍ଗୀ ଥିଲେ ।