jittmm
sonalika

ଜୋର ଧରିଲା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ବିନିକା : ଜୋର ଧରିଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି । ୧୯୬୪ରୁ ଚାଲୁଥିବା ଏହି ମହାବିଦ୍ୟାଳୟକୁ ୬୧ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ମିଳିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏମିତିରେ ସୋନପୁର ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ବାର୍ଷକ ବୈଠକରେ ଏନେଇ ଆଲୋଚନା କରାଯାଇଛି । ବୈଠକରେ ପାଖାପାଖି ୫୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଭାଗନେଇ ଆଗାମୀ ଦିନରେ କିପରି ଭାବରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ମହାବିଦ୍ୟାଳୟକୁ ସବୁ ସମୟରେ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ମତ ପ୍ରକାଶ ପଇଥିଲା ।

Leave A Reply

Your email address will not be published.