om academy

ବିଚିତ୍ର ମାନସିକତା : କରୋନା ସଂକ୍ରମଣରୁ ତ୍ରାହି ପାଇଁ କରୋନା ମାତା ପୂଜା

jsm

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତରେ ଲୋକଙ୍କ ମଧ୍ୟରେ ଏବେ ବିଚିତ୍ର ମାନସିକତା ଦେଖାଦେଇଛି । ଚାଲିଛି କରୋନା ମାତା ପୂଜା । ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା ମାତା ରୂପେ ପୂଜା କରୁଛନ୍ତି, ଯାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ସତ ଯେ, ମହା ବିପତ୍ତିରେ ପଡ଼ିବା ସମୟରେ ମଣିଷ ହାତ ଟେକି ଭଗବାନଙ୍କୁ ଆଶ୍ରା କରିଥାଏ । ଏହି କ୍ରମରେ କରୋନା ମହାମାରୀର ଦ୍ୱିତୀୟ ଲହରରୁ ବର୍ତ୍ତିିବା ପାଇଁ ଲୋକେ ଏବେ କରୋନା ମାତାଙ୍କ ଚରଣରେ ଆଶ୍ରିତ ହୋଇଛନ୍ତି । ଲକଡାଉନ୍‌ରେ ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ରାଜନାନ୍ଦ ଗାଁରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । ସ୍ଥାନୀୟ ମହିଳାମାନେ ହାତରେ ନଡିଆ, ମିଠା, କ୍ଷିରୀ, ଚୁଡି, ଦୀପ ଓ ଧୂପ ଧରି ଏକ ଗଛମୂଳେ ପୂଜା କରୁଛନ୍ତି । ଅବଶ୍ୟ ପୂଜା ସମୟରେ ବି ସମସ୍ତେ ମାସ୍କ ପରିଧାନ କରିବାକୁ ଭୁଲିନାହାନ୍ତି । ଏହି ଘଟଣା ଏବେ ବିଜ୍ଞାନ ଯୁଗରେ ଆଶ୍ଚର୍ୟ୍ୟ ଚକିତ କରି ପକାଉଛି ।

ବଡ଼ ବିଚିତ୍ର ଏ ଭାବନା ସତରେ ! କିଏ କରୋନା ଘାତକ ସାଜି ସମାଜକୁ ନାଶ କରୁଛି ବୋଲି କହୁଛି ତ’ ଆଉକିଏ କହିଲାଣି କରୋନା ମାତା !

Leave A Reply

Your email address will not be published.