ପାରଳାଖେମୁଣ୍ଡି ସହରରୁ ମାନସିକ ଦୁର୍ବଳ ବୃଦ୍ଧ ନିଖୋଜ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରରୁ ଜଣେ ମାନସିକ ଦୁର୍ବଳ ବୃଦ୍ଧ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ବୃଦ୍ଧବ୍ୟକ୍ତି ହେଉଛନ୍ତି, ଜୟରାମ ପ୍ରଧାନ (୭୦) ସେ ଜଣେ ପାରାଦୀପ ପୋର୍ଟର ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ତାଙ୍କର ଠିକଣା ହେଲା ଇନ୍ଦିରା ନଗର, ପାରଳାଖେମୁଣ୍ଡି ସହର, ଗଜପତି ଜିଲ୍ଲା, ଯୋଗଯୋଗ-୮୭୭୯୧୨୧୧୪୭ ବୋଲି କୁହାଯାଏ । ସୂଚନା ଯୋଗ୍ୟ ଯେ’ ବ୍ୟକ୍ତିଗତ ଭାବରେ ସେ ଜଣେ ଉତ୍ତମ ଚରିତ୍ରବାନ ବ୍ୟକ୍ତି ହେବା ସହିତ ସେ ଜଣେ ଆଧ୍ୟାତ୍ମିକବାଦୀ ତଥା ଭଗବତ ଚର୍ଚ୍ଚା ଅଧ୍ୟୟନ କରିବାରେ ନିଜ ଜୀବନକୁ ସର୍ମର୍ପିତ କରିଥିଲେ । ବର୍ତ୍ତମାନ ତାଙ୍କରି ମାନସିକ ସ୍ଥିତି ଟିକେ ଦୂର୍ବଳ ଥିବା ଯୋଗୁଁ, ବଜାରକୁ ଆସି ଘରକୁ ଫେରିବା ବଦଳରେ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି ପରିବାର ଲୋକ କହିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ କେଉଁଠାରେ ଦେଖିଲେ, ଜାଣିପାରିଲେ, ଉପରୋକ୍ତ ଦିଆଯାଇଥିବା ଠିକଣା ଓ ନମ୍ବରରେ ଯୋଗାଯୋଗ କରିବା ଲାଗି ତାଙ୍କରି ପରିବାରବର୍ଗ ଅନୁରୋଧ କରିଛନ୍ତି । ତା’ ସାଂଗକୁ ସେହି ସାହାଯ୍ୟକାରୀ ଲୋକ ଉକ୍ତ ବ୍ୟକ୍ତିଙ୍କ ସନ୍ଧାନ ଆଣିପାରିଲେ ଅବା ଉଦ୍ଧାର କରି ଆଣିପାରିଲେ ତାଙ୍କୁ ୫୦୦୦ ଟଙ୍କା ରାଶିର ପ୍ରୋତ୍ସାହନ ଯୋଗେଇଦେବେ ବୋଲି ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.