oom

ମନରେଗା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବିନା କାମରେ ମିଳିଛି ପାରିଶ୍ରମିକ, ହେଲେ ଶ୍ରମିକର ପାଉଣା ଗାଏବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଚଳିତ ୨୦୨୦–୨୧ କାର୍ୟ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ ମାଟି କାର୍ୟ୍ୟ କରିଥିବା ଶ୍ରମିକ ନିଜ ଉଚିତ ପାରିଶ୍ରମିକ ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମରେ ମନରେଗା କାମ ସରି ଦୀର୍ଘ ପାଂଚ ମାସ ବିତି ଯାଇଥିଲେ ହେଁ ଗରିବ ଶ୍ରମିକ ଖାତା ଧରି ଆକାଉଣ୍ଟରେ ପଇସା ପଡିବ ବୋଲି ଅପେକ୍ଷାରେ । ପ୍ରାୟ ସମସ୍ତଙ୍କ ଜବ କାର୍ଡ ମାନ ଖାଲି ଥିବା ବେଳେ ଆକାଉଣ୍ଟମାନଙ୍କୁ ଦୋଷ ମେଣ୍ଟାଇବା ଭଳି ପାରିଶ୍ରମିକ ବାବଦକୁ କେବଳ ୨୦୦୦, ୩୦୦୦ ଟଙ୍କା ପକାଇ ଦେଇଛନ୍ତି । ଗ୍ରାମସାଥୀ ଇନ୍ଦ୍ରଜିତ ଦୋରା ଏବଂ ସଞ୍ଜିବ ମୁନାଙ୍କ ପାଖ ରେ ଥିବା ହାଜିରି ଖାତାରେ ପ୍ରାୟ ୧୫ ରୁ ୨୦ ଜଣ ଶ୍ରମିକଙ୍କର ନାମ ମଧ୍ୟ ନଥାଇ ସେମାନଙ୍କୁ ଶ୍ରମରେ ନିୟୋଜିତ କରା ଯାଇଥିବା ଜଣା ପଡିଛି। ସେଥି ମଧ୍ୟରେ ନରେଶ ନାୟକ ୧୨ ଦିନ, ଅଶ୍ୱିନୀ ସାହୁ ୧୪ ଦିନ, ଆର୍ତତ୍ରାଣ ୦୮ ଦିନ , ହୀରା ଚୋହାନ,୦୮ ଦିନ, ବନିତା ସାହୁ ୧୪ ଦିନ, ବେଟିଖାଇ ସାହୁ ୨୦ ଦିନ, ଜାନକୀ ସାହୁ ୧୫ ଦିନ, ଏପରି ଅନେକ ଶ୍ରମିକ କାମ କରିଥିଲେ ମଧ୍ୟ ପାରିଶ୍ରମିକ ପାଇଁ ଲେଖା ହୋଇଥିବା ହାଜିରି ଖାତାରେ ନାମ ନଥିବାର ଦେଖିବାକୁ ମିଳିଛି । ଏପରିକି ବିକଳାଙ୍ଗ ଭଜ ସାହାଙ୍କ ସ୍ତ୍ରୀ ମାଟି ବୋହିଥିବା ବେଳେ ତାଙ୍କ ଆକାଉଣ୍ଟରେ ଜମା ରାଶିରୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗଗ କରିଛନ୍ତି ।

ଅନ୍ୟ ପଟେ କାମ ନକରି କିଛି ଜଣଙ୍କ ଆକାଉଣ୍ଟରେ ୧୦ ରୁ ୧୫ ହଜାର ଟଙ୍କା ଯାଏ ଜମା ହୋଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏହାକୁ ନେଇ ବର୍ତମାନ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଗ୍ରାମ ରୋଜଗାର ସେବକ ପ୍ରଦୀପ ପଧାନ ଉକ୍ତ ଅଭିଯୋଗକୁ ଖଣ୍ତନ ସହ ଆକାଉଣ୍ଟରେ ପଇସା ପଡିଥିବାର କହିଛନ୍‌ନ୍ତି । ପରେ ପୁଣି କିଛି ଶ୍ରମିକଙ୍କ ଜବ କାର୍ଡ ଏଣ୍ଟ୍ରିରେ ଯାନ୍ତ୍ରିକ ତ୍ର୍ରୁଟି ଯୋଗୁଁ ଆକାଉଣ୍ଟରେ ପଇସା ପଡି ନପାରି ଅନ୍ୟ ଆକାଉଣ୍ଟରେ ପଇସା ପକାଇ ତାକୁ ବୁଝାମଣା ମୁତାବକ ପରିଶ୍ରମିକ ଦିଆ ଯାଇଥିବାର କହିଛନ୍ତି । ସମଗ୍ର କଥାକୁ ଦେଖିଲା ପରେ ଜବକାର୍ଡଧାରୀଅଶ୍ୱିନୀ ଆକାଉଣ୍ଟରେ ଟଙ୍କା କାହିଁକି ନପଡି ଅନ୍ୟ ଆକାଉଣ୍ଟରେ ପଡିଲା ? କେଉଁ କାରଣରୁ କାମ ନ କରିଥିବା ଲୋକଙ୍କ ଆକାଉଣ୍ଟକୁ ମଧ୍ୟ ପାରିଶ୍ରମିକ ଦିଆଗଲା ? କୋଉଁ ହିସାବରେ ବିନା ଯାଂଚରେ ଗୋଷ୍ଠୀ କାର୍ୟ୍ୟଳୟ ଅଧିକାରୀ ଏହି କାର୍ୟ୍ୟକୁ ସ୍ୱୀକୃତି ଦେଲେ ? ଏଭଳି ବହୁ ପ୍ରଶ୍ନ ବର୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ଥିବାବେଳେ ରାଜବୋଡାସମ୍ବର ବ୍ଲକରେ ହେଉଥିବା ଏହି ପରି ବହୁ ଦୁର୍ନୀତି ଯୋଗୁଁ ଆଗକୁ ସରଳ ଓ ଖଟିଖିଆ ଶ୍ରମିକମାନଙ୍କର ସରକାରଙ୍କ ଉପରୁ ଭରସା ଉଠିବାରେ ଲାଗୁଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.