centurian jitm

ଚେନ୍ନାଇରେ ଆୟୋଜିତ ହେଲା ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା

  • ଏନିମେ, ମାଙ୍ଗା, ୱେବଟୁନ୍‌ ଓ ଭଏସ ଆକ୍ଟିଂରେ ୯୦ ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ କଲେ ଅଂଶଗ୍ରହଣ

ଚେନ୍ନାଇ, (ପିଆଇବି) : ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା (ୱାମ୍‌) ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ଏବଂ ପୁଡୁଚେରୀର ୯୦ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାତ୍କମ ଉତ୍ସାହ ଏବଂ କାହାଣୀ ବର୍ଣ୍ଣନାର ଚମତ୍କାର ଦେଖିବାକୁ ମିଳିଥିଲା । ମିଡିଆ ଓ ଏଣ୍ଟରନେଟମେଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏମଇଏଆଇ), ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣବତୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ୱାମର ଏହି ସଂସ୍କରଣ ଆୟୋଜନ କରାଯାଇଥିଲା । ଭାରତର ପ୍ରତିଭାସମ୍ପନ୍ନ ସୃଜନଶୀଳ ତାରକାମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏହି କାର୍ଯ୍ୟକ୍ରମ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା । ‘‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’’ ପ୍ରୟାସ ଅଧୀନରେ ପୂର୍ବରୁ ଗୌହାଟୀ, କୋଲକାତା, ଭୁବନେଶ୍ୱର, ବାରାଣସୀ, ମୁମ୍ବାଇ, ନାଗପୁର ଓ ଅହମ୍ମଦାବାଦରେ ୱାମ୍‌ ଆୟୋଜିତ ହୋଇସାରିଛି । ଚେନ୍ନାଇରେ ଅନୁଷ୍ଠିତ ପ୍ରତିଯୋଗିତରେ ମଧ୍ୟ ପ୍ରତିଯୋଗୀମାନେ ଜାପାନୀ ଷ୍ଟାଇନ୍‌ କମିକ୍ସ ମାଙ୍ଗା, ଡିଜିଟାଲ ଭର୍ଟିକାଲ କମିକ୍ସ ୱେବଟୁନ୍‌, ଜାପାନୀ ଆସ୍ଥେଟିକ୍ସ ଦ୍ୱାରା ଅନୁପ୍ରାଣିତ ଆନିମେସନ ଆନିମେ, ଭଏସ ଆକ୍ଟିଂ ଆଦିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ବିଜେତାମାନଙ୍କୁ ବିଭିନ୍ନ ଉପହାର ସହିତ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା । ବିଜେତା ଆନିମେ ପ୍ରକଳ୍ପଗୁଡ଼ିକ ହିନ୍ଦୀ, ଇଂରାଜୀ ଓ ଜାପାନୀ ଭାଷାରେ ଡବିଂ କରାଯିବ । ଏମ୍‌ଇଏଆଇ ସମେତ ବିଭିନ୍ନ ପେସାଦାର ଅନୁଷ୍ଠାନର ଅଭିଜ୍ଞ ବିଚାରକମାନେ ୱାମ୍‌ର ବିଜେତାମାନଙ୍କୁ ଚୟନ କରିଥିଲେ । ସୂଚନା ଯୋଗ୍ୟ ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏହାର ଅଂଶବିଶେଷ ସ୍ୱରୂପ ୱାମ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.