oum

ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ପାଟଣାଗଡରେ ର‍୍ୟାଲି ଓ ବିକ୍ଷୋଭ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ପାଟଣାଗଡ ଉପଖଣ୍ଡ ଶାଖା ତରଫରୁ ର‍୍ୟାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମେତ ସଂପୃକ୍ତ ସମସ୍ତ ଅପରାଧିମାନଙ୍କୁ ଗିରଫ କରିବା ସହିତ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରି କଠୋରରୁ କଠୋର ଦଣ୍ଡଦେବା ଦାବୀ କରାଯାଇଛି । ପାଟଣାଗଡ ହନୁମାନ ମନ୍ଦିରରୁ ଏକ ର‍୍ୟାଲି ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲା । ପରେ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଏଆଇଡିଏସ୍‌ଓ ସର୍ବ ଭାରତୀୟ ଉପସଭାପତି ଅଶୋକ ମିଶ୍ର, ଏଆଇଏମ୍‌ଏମ୍‌ଏସ୍‌ ଓଡିଶା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟା ମନ୍ଦୋଦରୀ ରାଉଳ ଏବଂ ଏସ୍‌ୟୁସିଆଇ ଜିଲ୍ଲା ସଂପାଦକ ସୁନିଲ ଭୋଇ, ଏଆଇଡିୱାଇଓ ପାଟଣାଗଡ ଆବାହକ ତାମସ ବେହେରା ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷାର ଘରୋଇକରଣ, ବ୍ୟବସାୟିକରଣର କରୁଣ ପରିଣତି ମମିତା ମେହେର ଘଟଣାର ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆ ନ ଗଲେ ଆଗାମୀ ଦିନରେ ସାରା ଓଡିଶାରେ ଦୁର୍ବାର ଗଣ ଆନ୍ଦୋଳନ ହେବ । ଏହା ସହିତ ମମିତାର ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ଯୋଗାଇ ଦେବା, ଅଶ୍ଲିଳତା, ନଗ୍ନତା, ଅପସଂସ୍କୃତି ଓ ମଦମାଦକ ଦ୍ରବ୍ୟ ସଂପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବୀ କରାଯାଇଥିଲା । ଏଆଇଡିଏସ୍‌ଓ ଜିଲ୍ଲା ସଂପାଦକ ମଧୁସୂଦନ ବାଗଙ୍କ ନେତୃତ୍ୱରେ ରାଜେନ୍ଦ୍ର ରଣା, ଶିବ ସାହୁ, ଅହଲ୍ୟା ସାହୁ, ବିକାଶ ଜେନା ସହ ୫୦୦ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ, ଯୁବକ ମହିଳା ବିକ୍ଷୋଭରେ ସାମିଲ ଥିଲେ ।

Leave A Reply

Your email address will not be published.