ଭାଇରାଲ ହେବାରେ ଲାଗିଛି ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଘଟଣାର ଭିଡିଓ : ଦୁହିିଁଙ୍କ ପକ୍ଷରୁ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ପୀଠରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଦର୍ଶାଇ ସରପଞ୍ଚ ତଥା କୋଶଲମୁକ୍ତି ମୋର୍ଚ୍ଚା ସଦସ୍ୟ ସୁଶୀଳ ଗୁରୁ ସିଧାସଳଖ ପିଡବ୍ଲୁଡି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କୁ ଅଭିଯୋଗ କରିଥିଲେ । ଏତିକି ବେଳେ ଦୁହିଁଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେବା ସହ ଆକ୍ରମଣାନ୍ତକ ପରିସ୍ଥିତ ଉପୁଜି ଥିଲା । ଦୁହିଁଙ୍କ ମଧ୍ୟରେ ଚାଲିଥିବା ହାତାହାତି ପରିସ୍ଥିତିର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ଦୁହେଁ ଦୁହିଁଙ୍କ ନାମରେ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ବେଳେ ଦୁହିଁଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ଖପ୍ରାଖୋଲ ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ପୂର୍ତ୍ତ ବିଭାଗ କନିଷ୍ଠ ନିର୍ବାହୀ ଯନ୍ତ୍ରୀ ବେଦବ୍ୟାସ ଭୋଇଙ୍କ ପକ୍ଷରୁ କେସ୍‌ ନଂ ୨୭୪/୨୦୨୩ ରୁଜୁ ହୋଇଥିବା ବେଳେ କୋଶଲ ମୁକ୍ତି ମୋର୍ଚ୍ଚା ଆବାହକ ତଥା ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଳ ଗୁରୁଙ୍କ ପକ୍ଷରୁ କେସ୍‌ ନଂ ୨୭୫/୨୦୨୩ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.