jayashree

ଭିନ୍ନକ୍ଷମ ତିନି ଭାଇ ଭଉଣୀଙ୍କ ଜମି ହଡପ ମାମଲା : ଖବରଦାତା ସମ୍ମିଳନୀରେ କଲେ ପ୍ରକାଶ

  • ବଡ ଭଉଣୀର ପୁଅ ଦ୍ୱାରା ହଡପ ଅଭିଯୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣି ପଂଚାୟତ ରାମୋଡ ଗାଁର ତିନି ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପୈତୃକ ସଂପତ୍ତିକୁ ବଡ ଭଉଣୀର ପୁଅ ଦ୍ୱାରା ଜମି ହଡପ ଅଭିଯୋଗରେ ରବିବାର ଦିନ ଏକ ଖବରଦାତା ସମ୍ମିଳନୀ ରାମୋଡ ଗାଁରେ ଅନୁଷ୍ଠିତ ହୋଇଯାଇଛି । ଏହି ଖବରଦାତା ସମ୍ମିଳନିରେ ଭିନ୍ନକ୍ଷମ ତିନି ଭାଇ ଭଉଣୀ ସହ ଅନ୍ୟ ଭଉଣୀ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସ୍ୱର୍ଗତ ବାହାଦୁର ସାହୁଙ୍କ ଦୁଇ ଭିନ୍ନକ୍ଷମ ପୁଅ ହଲୁ ସାହୁ(୬୩), ଏକାଦଶିଆ ସାହୁ(୫୪) ଏବଂ ଗୋଟିଏ ଭିନ୍ନକ୍ଷମ ଝିଅ କୁମାରୀ ସାହୁ(୪୩) ସହ ଅନ୍ୟ ଦୁଇ ଝିଅ ଫଗୁନି ସାହୁ ଓ ସୁରୁବାଲି ସାହୁ । ବାହାଦୁର ସାହୁଙ୍କ ମୃତ୍ୟୁ ପରେ ରାମୋଡ ମୌଜାର ଖାତା ନଂ. ୬୩ର ମୋଟ ୨୮.୦୩ଡି.ଜମିକୁ ତିନି ଭିନ୍ନକ୍ଷମ ଭାଇ ଭଉଣୀ ଏବଂ ଅନ୍ୟ ଦୁଇ ଜଣ ଭଉଣୀଙ୍କ ମଧ୍ୟରେ ଭାଗ ବଂଟନ ହେବା ପରିବର୍ତ୍ତେ ଫଗୁନି ସାହୁଙ୍କ ପୁଅ ଦୟାନିଧି ପ୍ରଧାନ ପିତା ବୈଶାଖୁ ପ୍ରଧାନ ଚଂଚକତା କରି ଭିନ୍ନକ୍ଷମ ତିନି ଜଣ ଭାଇ ଭଉଣୀଙ୍କ ଜମିକୁ କଂଟାବାଂଜି ତହସିଲରେ ନିଜ ନାମରେ ପଟ୍ଟା କରି ନେଇ ବିକ୍ରି କରିଥିବା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ମାମଲାକୁ ନେଇ ତୁରେକେଲା ଥାନାରେ ଦୁଇ ଦୁଇ ଥର ଅଭିଯୋଗ ଦିଆଯିବା ପରେ ୧୪୪ ଧାରା ଜମି ଉପରେ ଲାଗିଥିଲା । ଏହା ପରେ ଦୟାନିଧି ପ୍ରଧାନ ଚଂଚକତା କରି ରଂଜନ ସାହୁ, ମୀରା ସାହୁ, ପୂର୍ଣ୍ଣ ସାହୁ, ଜଲନ୍ଧର ତାଣ୍ଡି, ବିଶ୍ୱାମିତ୍ର ଧରୁଆ, ଦୁଃଶାସନ ସା’ଙ୍କୁ ବିକ୍ରି କରିଥିବା ଜମି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହିଁ । ଭିନ୍ନକ୍ଷମ ତିନି ଭାଇ ଭଉଣୀଙ୍କ ଜମିକୁ ଦୟାନିଧି ପ୍ରଧାନ ଚଂଚକତା କରି ନିଜ ନାମରେ ପଟ୍ଟା କରାଇ ନେଇ ବିକ୍ରି କରିଥିବାରୁ ସୁରୁବାଲି ସାହୁ ଓ ମଂଜରୀ ସାହୁ ଖବରଦାତା ସମ୍ମିଳନୀରେ ପ୍ରକାଶ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ୱାର୍ଡ ନଂ.୨ର ମେମ୍ବର ଧନପଦ ଦାଶ ଓ ୱାର୍ଡ ନଂ. ୩ର ମେମ୍ବର ମନୋଜ ହଂସ ସହ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଘଟଣାର ଜାଲିଆତି କରି ଜମି ହଡପ କରିଥିବା କହିଛନ୍ତି ।

Leave A Reply

Your email address will not be published.