om academy

ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ମାମଲା : ସରିଲା ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌

jsm

ଭୁବନେଶ୍ୱର/ବୁର୍ଲା/ବଲାଙ୍ଗିର : ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତକୁ ଜୋରଦାର କରିଛି । ଘଟଣାର ୬ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରିନି । ପୁଲିସ ସବୁଆଡ଼ୁ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଏକାଧିକ ଟିମ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ତନାଘନା ଚଲାଇଛନ୍ତି । ଶନିବାର ଭୁବନେଶ୍ୱରରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ତାଙ୍କ ବନ୍ଧୁ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌ ସରିଛି ।

ସେପଟେ ବଲାଙ୍ଗିରରେ ମୃତକଙ୍କ ପରିବାର ସହ ପୁଲିସ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛି । ଚିନ୍ମୟୀଙ୍କ ବାପା ମା’ଙ୍କୁ ପଚରାଉଚରା କରି ଅନେକ ତଥ୍ୟ ସଂଗ୍ରହ କରି ଫେରିଛି । ବୁର୍ଲା ଥାନାରେ ଭିସୁଟ୍‌ର ପ୍ରାୟ ୨୦ରୁ ଅଧିକ ଛାତ୍ରଙ୍କ ୧୬୧ ଧାରାରେ ପୁଲିସ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ବୁର୍ଲା ପୁଲିସର ଏକ ଟିମ୍‌ ପ୍ରୀତିମାନ ଓ ମାନସଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରକୁ ନେଇଥିଲା । ଶନିବାର ଉଭୟଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌ କରାଯାଇଛି । ସେମାନଙ୍କର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି । ପ୍ରଥମେ ପ୍ରୀତିମାନଙ୍କୁ ୩ ଘଣ୍ଟା ଧରି ଜେରା କରାଯାଇଥିଲା । ପରେ ମାନସଙ୍କୁ ୨ ଘଣ୍ଟା ଧରି ଅପରାଧ ବିଧି ବିଜ୍ଞାନଗାରରେ ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.