ଜେ ପି ହସ୍ପିଟାଲରେ ମହିଳାଙ୍କୁ ନିର୍ଯ୍ୟାତନା ବିରୋଧରେ ଥାନାରେ ମାମଲା ରୁଜୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେ ପି ହସ୍ପିଟାଲରେ ଚାକିରୀ କରିଥିବା ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯିବା ବିରୋଧରେ ସମ୍ପୃକ୍ତ ମହିଳା ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜୁଲାଇ ୫ ତାରିଖ ରାତି ୯ଟା ୩୦ ସମୟରେ ବେଦବ୍ୟାସ ରହୁଥିବା ମୋନାଲିସା ସାମଲ (୪୧), ସ୍ୱାମୀ – ପ୍ରଦୀପ କୁମାର ସାମଲ ଉଦିତ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ସେ ଗତ ତା ୧.୫.୨୦୧୯ ରିଖରେ ଦଣ୍ଡିଆପାଲି ସ୍ଥିତ ଜେ ପି ହସ୍ପିଟାଲରେ ଜୁନିୟର ଏକଜିକ୍ୟୁଟିଭ୍ ପଦବୀରେ ଫ୍ରଣ୍ଟ ଅଫିସରେ ନିଯୁକ୍ତି ପାଇଥିଲେ । ଜେ ପି ହସ୍ପିଟାଲରେ ଯୋଗଦାନ କରିବାର ଦୁଇ ବର୍ଷ ପରେ ତାଙ୍କୁ ହସ୍ପିଟାଲର ମାନବସମ୍ବଳ ବିଭାଗରେ ଯୋଗଦାନ କରିବାର ତାଙ୍କୁ ତାଙ୍କ ଦସ୍ତଖତ ସମ୍ବଳିତ ଏକ ବ୍ଲାଙ୍କ୍ ଚେକ୍ ଦାଖଲ କରିବାକୁ କହିଥିଲେ । ଏହାପରେ ସେ ହସ୍ପିଟାଲର ମାନବ ସମ୍ବଳ ବିଭାଗରେ ଏକ ବ୍ଲାଙ୍କ୍ ଚେକ୍ ଦସ୍ତଖତ କରି ଦାଖଲ କରିଥିଲେ । ଶ୍ରୀମତୀ ପ୍ରଧାନ ଦଣ୍ଡିଆପାଲି ହସ୍ପିଟାଲରେ ଚାକିରୀ କରିଥିବା ସମୟରେ ଫେବୃଆରୀ ୨୦୨୪ରେ ଜେ ପି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଚନ୍ଦର ବଂଶଲ ତାଙ୍କଠାରୁ ଯୌନ ଅନୁଗ୍ରହ ଚାହିଁଥିଲେ, ଯାହାକୁ ସେ ଦୃଢ଼ ବିରୋଧ କରିଥିଲେ ଏବଂ ମନା ମଧ୍ୟ କରିଥିଲେ । ଏହା ପରେ ତାଙ୍କୁ ଉଦିତନଗର ସ୍ଥିତ ଜେ ପି କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଚନ୍ଦନ ବଂଶଲ ତାଙ୍କ ନିକଟକୁ ୱାର୍ଣ୍ଣିଂ ଲେଟର ପଠାଇବା ଆରମ୍ଭ କରିଥିଲେ ଏବଂ ଯାହାର ଉତ୍ତର ଶ୍ରୀମତୀ ପ୍ରଧାନ ମଧ୍ୟ ଦେଇଥିଲେ । ଚଳିତ ତା୪.୭.୨୦୨୫ ରିଖରେ ତାଙ୍କୁ ଆଉ ଏକ ୱାର୍ଣ୍ଣିଂ ଲେଟର ଦିଆଯାଇଥିଲା ଯେଉଁଥିରେ ଉଲ୍ଲେଖ ଥିଲା ଯେ, ତା୧୫.୭.୨୦୨୫ ରିଖରେ ଉଦିତନଗରର ଜେ ପି କେଆର ହସ୍ପିଟାଲରୁ ଦଣ୍ଡିଆପାଲି ଜେପି ହସ୍ପିଟାଲରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତା ୦୪.୭.୨୦୨୫ ତାରିଖରେ ସେ ଛୁଟିରେ ଥିଲେ, କିନ୍ତୁ ତାଙ୍କୁ ସେଦିନ ତା୪.୭.୨୦୨୫ ତାରିଖରେ ୱାର୍ଣ୍ଣିଂ ଲେଟର ଗ୍ରହଣ କରିବା ପାଇଁ ଦଣ୍ଡିଆପାଲି ଜେ ପି ହସ୍ପିଟାଲକୁ ଡକାଯାଇଥିଲା ଏବଂ ସେ ଦାଣ୍ଡିଆପାଲି ହସ୍ପିଟାଲରୁ ପତ୍ର ଗ୍ରହଣ କରିଥିଲେ। ତା ୫.୭.୨୦୨୫ ରିଖରେ ଶ୍ରୀମତୀ ପ୍ରଧାନ ଉଦିତନଗର ଜେପି କେୟାର ହସ୍ପିଟାଲକୁ ଯାଇଥିଲେ ଏବଂ ସେଠାରେ ସେ ଦନ୍ତ ଚିକିତ୍ସା ବିଭାଗରେ ଥିବା ସମୟରେ, ଡାକ୍ତର ଚନ୍ଦନ ବଂଶଲ ହସ୍ପିଟାଲକୁ ଆସିଥିଲେ ଏବଂ ତାଙ୍କୁ ଲ୍ୟାଣ୍ଡଲାଇନ୍ ଫୋନ୍ ଠିକ୍ ଭାବରେ କାମ କରୁଛି କି ନାହିଁ ଦେଖିବା ପାଇଁ ଡାଏଲ୍ କରିବାକୁ କହିଥିଲେ । ସେହି ସମୟରେ ଡାକ୍ତର ଚନ୍ଦନ ବଂଶଲ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ଏବଂ ତାଙ୍କୁ ମାରିବେ ବୋଲି ଧମକ ଦେଇଥିବା କଥା ଏତାଲାରେ ଉଲ୍ଲେଖ କରାଯାଇଛି । ଏହାପରେ ଡକ୍ଟର ଚନ୍ଦନ ବଂଶଲ ତାଙ୍କୁ ତାଙ୍କ ଚାମ୍ବରକୁ ଆସିବାକୁ କହିଥିଲେ ଏବଂ ପୁଣି ଥରେ ଲ୍ୟାଣ୍ଡଲାଇନ୍ ଫୋନ୍ ଡାଏଲ୍ କରିବାକୁ କହିଥିଲେ । ଶ୍ରୀମତୀ ପ୍ରଧାନ ପୁଣି ଥରେ ଲ୍ୟାଣ୍ଡଲାଇନ୍ ଫୋନରେ ଡାଏଲ୍ କରିବା ସମୟରେ ଡକ୍ଟର ବଶଂଲ ପୁଣି ଥରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଗାଳି ଦେବା ସହିତ ଡକ୍ଟର ବଂଶଲ ବାମ ହାତରେ ମୋବାଇଲ୍ ଧରିଥିବା ସମୟରେ ଶ୍ରୀମତୀ ପ୍ରଧାନଙ୍କ ଡାହାଣ ଗାଲରେ ମୋବାଇଲ୍ ସାହାଯ୍ୟରେ ଆକ୍ରମଣ କରିଥିଲେ ବୋଲି ଏତାଲାରେ ଉଲ୍ଲେଖ କରାଯାଇଛି । ଏପରି ଆକ୍ରମଣ ଯୋଗୁଁ ତାଙ୍କ କାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି ଏତାଲାରେ ଉଲ୍ଲେଖ କରାଯାଇଛି । ଆକ୍ରମଣ କରିବା ସମୟରେ ଡକ୍ଟର ବଶଂଲ ତାଙ୍କୁ ଠେଲି ଦେଇଥିବା ଯୋଗୁଁ ଶ୍ରୀମତୀ ପ୍ରଧାନ ତଳେ ପଡିଯାଇଥିଲେ । ଏହାପରେ ଡକ୍ଟର ଚାମ୍ବରରୁ ବାହାରି ଆସିଲେ ଏବଂ ତାଙ୍କୁ ହସ୍ପିଟାଲରୁ ବାହାରକୁ ଯିବାକୁ କହିଥିଲେ ବୋଲି ଉଦିତ ନଗର ଥାନାରେ ଦେଇଥିବା ଏତାଲାରେ ଉଲ୍ଲେଖ କରାଯାଇଛି । ଜୁଲାଇ ୫ ତାରିଖରେ ଉଦିତ ନଗର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ, ପୁଲିସ୍ ପକ୍ଷରୁ ଏତାଲାକୁ କେବଳ ପଞ୍ଜୀକରଣ କରାଯାଇଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗକାରିଣୀ ଶ୍ରୀମତୀ ସାମଲ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଡାକ୍ତର ବଂଶଲ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ ।

jittmm
Leave A Reply

Your email address will not be published.