ommm
jittmm

ବଲାଙ୍ଗିରରେ କର୍ତ୍ତ୍ୟବରତ ସାମ୍ବାଦିକଙ୍କୁ ମାଡ଼ ମାମଲାରେ ନିଜ ଆଡ଼ୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର କମିଶନ

  • ଦୁଇ ସପ୍ତାହ ମଧ୍ୟରେ ଏହି ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ଲାଗି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ

ଭୁବନେଶ୍ୱର, (ପିଆଇବି) : ମେ ୨୫ ତାରିଖରେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବା ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନିଜ ଆଡ଼ୁ ମାମଲା ରୁଜ୍ଜୁ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଆଧାରରେ ଏନ୍‌ଏଚ୍‌ଆର୍‌ସି ଏହି ମାମଲା ରୁଜ୍ଜୁ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ ପାଇଁ ଓଡିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ କମିଶନଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ରିପୋର୍ଟ ଅନୁଯାୟୀ, ଟିଭି ସାମ୍ବାଦିକଙ୍କୁ ହଠାତ୍ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କ ହାତ ଏବଂ ଗୋଡ ବାନ୍ଧି ଦିଆଯାଇଥିଲା। ଏହା ପରେ, ସାମ୍ବାଦିକଙ୍କୁ ଧରି ଗାଁ ଚାରିପାଖରେ ଶୋଭାଯାତ୍ରା କରାଯାଇଥିଲା ଏବଂ ଏକ ଖୁଣ୍ଟରେ ବାନ୍ଧି ନିର୍ମମ ଭାବରେ ମାଡ଼ କରାଯାଇଥିଲା । କମିଶନ ଉଲ୍ଲେଖ କରିଛନ୍ତି ଯେ ରିପୋର୍ଟର ବିଷୟବସ୍ତୁ, ଯଦି ସତ୍ୟ, ତେବେ ପୀଡିତ ସାମ୍ବାଦିକଙ୍କ ମାନବାଧିକାର ଉଲ୍ଲଂଘନର ଏକ ଗୁରୁତର ମାମଲା ସୃଷ୍ଟି ହେଉଛି । ୨୬ ମଇ, ୨୦୨୫ରେ ପ୍ରସାରିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅପରାଧୀମାନେ ପୀଡିତଙ୍କ ମୋବାଇଲ୍ ଫୋନ୍ ଏବଂ ଭିଡିଓ କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିଲେ ଏବଂ ତାଙ୍କୁ ଘଟଣା କିମ୍ବା ଚାଲିଥିବା ନିର୍ମାଣ କାର୍ଯ୍ୟ ବିଷୟରେ କାହାକୁ କିଛି ନ ଜଣାଇବାକୁ ଧମକ ଦିଆଯାଇଥିଲା ।

Leave A Reply

Your email address will not be published.