କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ଖପ୍ରାଖୋଲରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ଅଞ୍ଚଳରେ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ପକ୍ଷରୁ ଏହି ଘୃଣ୍ୟ ଓ ଅମାନବୀୟ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ପ୍ରମାଣ ନଷ୍ଟ କରିବା ସହିତ ଘଟଣାକୁ ପଶ୍ଚିମବଙ୍ଗ ସରକାର ଚପାଇ ଦେବା ଲାଗି ଉଦ୍ୟମ କରୁଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ଅମାନବୀୟ ଘଟଣା ବିରୋଧରେ ଏବଂ ଏଥିରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରାଯାଇ ଖପ୍ରାଖୋଲ ଡାକ୍ତରଖାନା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏକ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ସୁରଜ କୁମାର ଦୀପଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରାରେ ଡାକ୍ତର ରାଜନାରାୟଣ ସ୍ୱାଇଁ, ବିଚିତ୍ର ପାଣ୍ଡେ, ମୋନାଲିସା ନାଏକଙ୍କ ସହ ସମସ୍ତ ହସ୍ପିଟାଲ କର୍ମଚାରୀ ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ଏହି ଶୋଭାଯାତ୍ରା ଡାକ୍ତରଖାନରୁ ବାହାରି ଗ୍ରାମ ବଜାର ପରିକ୍ରମା କରି ଡାକ୍ତରଖାନାକୁ ଫେରିଥିଲେ ।

Leave A Reply

Your email address will not be published.