
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଲପଡାରେ ଭାଇ ଜିଉଁନ୍ତିଆ ବ୍ରତ ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି । ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ ଏହି ବ୍ରତ ସମାପନ ହେବ ।