କୋଶଳ ପ୍ରବାହର ପ୍ରଭାବ : ଗତରାତିରେ ନଳକୂପ ଚୋରି – ସକାଳେ ବାଜିଲା ଖବର ସଂଧ୍ୟା ପୂର୍ବରୁ ଲାଗିଲା ନଳକୂପ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) ଦିନକୁ ଦିନ ସରକାର ଲୋକଙ୍କ ପାଇଁ ଯେତେ ଯୋଜନା କରୁଛନ୍ତି ତାହା ବି ଚୋର ଛାଡ଼ୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଧିପଡ଼ା ସ୍କୁଲରେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନଳକୂପକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ତାଜୁବ୍ ହୋଇଯାଇଛନ୍ତି । ବେକାରୀ ସମସ୍ୟା ଏତେ ଜୋରରେ ବୃଦ୍ଧି ପାଇଛି ଯେ, ଶେଷରେ ହାତ ଖର୍ଚ୍ଚ ପାଇଁ ନଳକୂପ ଚୋରୀ କରିବାକୁ ପଛାଉ ନାହାନ୍ତି । ଏନେଇ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ କ୍ଷୋଭ ପ୍ରକାଶ କରିବା ସହ ଯଥାଶୀଘ୍ର ସେହି ବ୍ୟକ୍ତିଙ୍କୁ ଗିରଫ କରିବା ସହ ନଳକୂପ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ଦାବି କରିଥିଲେ । ତେବେ ସକାଳେ ଖବର ପରିବେଷଣ ପରେ ଆର୍‌ଡବ୍‌ଲୁଏସ୍‌ଏସ୍‌ ବିଭାଗର ସହକାରୀ ଯନ୍ତ୍ରୀ ବୃନ୍ଦାବନ ମେହେର ଘଟଣା ସ୍ଥଳକୁ ଲୋକ ପଠାଇ ସଂଧ୍ୟା ହେବା ପୂର୍ବରୁ ନୂତନ ନଳକୂପ ଲଗାଇ ଦେଇଛନ୍ତି । ତେବେ ବିଭାଗୀୟ ଅଧିକାରୀ ଶ୍ରୀ ମେହେରଙ୍କ ଏହି ଅତି ଶୀଘ୍ର କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ସମେତ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.