om academy

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

jsm

କୋଇଡ଼ା : ବରସୁଆଁ ରେଳସାଇଡିଂକୁ ଲୋଡିଂ ପାଇଁ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ବରସୁଆଁ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ବରସୁଆଁ ରେଳସାଇଡିଂକୁ ​ଟ୍ରେନ୍‌ଟି ଯାଉଥିବାବେଳେ ଏହାର ତିନିଟି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା । ଖବର ପାଇ ଚକ୍ରଧରପୁର ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବଗି ଉଦ୍ଧାର ଓ ରେଳଲାଇନ୍ ମରାମତି କାର୍ଯ୍ୟ କରିଥିଲେ । ଏହି ଘଟଣା ପରେ ଟେନସା-ବରସୁଆଁ ମୁଖ୍ୟରାସ୍ତାରେ ଗୁରୁବାର ଦିନତମାମ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.