ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅଗ୍ନିଶମ ବରିଷ୍ଠ ଅଧିକାରୀ ଓ ସିଆଇଏସ୍ଏଫ୍ ର ସମନ୍ୱୟରେ ଏକ ଫାୟାର ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ସିଆଇଏସ୍ଏଫ୍ ର କମାଣ୍ଟାଣ୍ଟ ଏମ୍.ବିଶ୍ୱାଳଙ୍କ ତତ୍ୱାବଧା ରେ ସମସ୍ତ ଫାୟାର ଉପକରଣ ନିୟୋଜିତ କରାଯାଇ ଏହି କୌଶଳ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ ଙ୍କ ସମେତ ବନ୍ଦର ଅଧିକାରୀ ମାନେ ଉପସ୍ଥିତ ରହି ଅଭ୍ୟାସକୁ ଦେଖିଥିଲେ । ଶେଷ ରେ ଫାୟାର କମାଣ୍ଟାଣ୍ଟ ଧ୍ୟାନ୍ ସିଂ ଅଗ୍ନି ମୁକାବିଲା ତଥା ପୀଡିତମାନଙ୍କୁ ଥଇଥାନ କରିବା ପାଇଁ ଫାୟାର ଟିମ୍ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦ୍ଧତି ବିଷୟରେ ସୂଚନା ଦେଇଥିଲେ । ନିଆଁ କୁ ଆୟତ କରିବା ପାଇଁ ସେମାନଙ୍କ ଦକ୍ଷତା, ସମୟାନୁବର୍ତିତା ଉଦ୍ୟମ ଏବଂ ସମନ୍ୱୟ ପାଇଁ ସେମାନଙ୍କ ଅଧିକାରୀମାନେ ସିଆଇଏସ୍ଏଫ୍(ଫାୟାର)କୁ ପ୍ରଶଂସା କରିଥିଲେ ଏବଂ ପରବର୍ତୀ ଉନ୍ନତି ପାଇଁ ଡ୍ରିଲ ସମୟରେ ଦେଖାଯାଉଥିବା କ୍ଷୁଦ୍ର ଘଟଣ ।କୁ ଦର୍ଶାଇଥିଲେ । ସିଆଇଏସ୍ଏଫ୍ ର କମାଣ୍ଟାଣ୍ଟ ଏମ୍.ବିଶ୍ୱାଳ ସିଆଇଏସ୍ଏଫ୍ ସେମାନଙ୍କ ଭଲ ଉଦ୍ୟମ ପାଇଁ ଟିମ୍କୁ ପ୍ରଶଂସା କରିଥିଲେ ।
Prev Post