oom

ଧାମରା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘର ୩୫ତମ ବାର୍ଷିକ ଉତ୍ସବ ଓ ମକର ମିଳନ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଉଦ୍‌ଘାଟନ କରିଥିଲେ । ଧାମରା ସଂଘ ସେବା ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ବାଣ୍ଟୁଥିବା ଏକ ଅନନ୍ୟ ଅନୁଷ୍ଠାନ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଧାମରା ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ୟାମସୁନ୍ଦର ପରିଡା ଓ ପୂର୍ବତନ କାର୍ଯ୍ୟକାରୀ ସଭାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଉଭୟଙ୍କର ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବର ସ୍ମୃତି ଚାରଣ କରିଥିଲେ । ସଂଘର ସାମାଜିକ ସେବା ଓ ସାଂସ୍କୃତିକ ଭାବଧାରା ଅନ୍ୟମାନଙ୍କୁ ପ୍ରେରଣା ଓ ଉତ୍ସାହ ଦେଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଧାମରା ଏକତା ଓ ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ. ଅରୁଣ କୁମାର ପଣ୍ଡା ଭଦ୍ରକ ଅଞ୍ଚଳର ଗୌରବମୟ ଐତିହ୍ୟ, ପରମ୍ପରା, ବୀରତ୍ୱ ଓ କୀର୍ତ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ର ଧାମରାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ତାଇକୋଣ୍ଡାରେ ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ଓ ବ୍ଲାକବେଲ୍ଟ ହାସଲ କରିଥିବା ଯୁବ ପ୍ରତିଭା ଅଂଶୁମାନ ପରିଡାଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ମାନିତ କରାଯାଇଥିଲା । ଏହା ସହିତ ଦଶମ, ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସ୍କୁଲ ଓ କଲେଜ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସାଧାରଣ ସମ୍ପାଦକ ଭଗବାନ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ସାହିତ୍ୟ ସମ୍ପାଦିକା ନିରୁପମା ପତି ମନପାତ୍ର ପାଠ କରିଥିଲା ବେଳେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମହାନ୍ତି, ଉପସଭାପତି ଉପେନ୍ଦ୍ର ନାୟକ, ରତ୍ନାକର ବଳ, ରବି ନାୟକ, ନିତ୍ୟାନନ୍ଦ ବିଶ୍ୱାଳ, ଶ୍ରୀବତ୍ସ କୁଅଁର, ଶମ୍ଭୁନାଥ ପରିଡା, ରମାକାନ୍ତ ପରିଡା, ଜ୍ଞାନରଞ୍ଜନ କର, ବାଳକୃଷ୍ଣ ସ୍ୱାଇଁ, ଅମୂଲ୍ୟ ସେଠୀ, କୁଳମଣି ଓଝା, ସରୋଜ ପରିଡା, ଜଗନ୍ନାଥ ରାଉତ, ହିମାଂଶୁ ମହାପାତ୍ର, ମଳୟ ସାହୁ, ପ୍ରଦୀପ ନାୟକ, ମୁକ୍ତିକାନ୍ତ ବେହେରା, ହରେକୃଷ୍ଣ ଦାସ, କମଳାକାନ୍ତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.