jayashree

୭ତମ ମକର ମିଳନ ଉତ୍ସବ : ଲୋକକଳା, ଲୋକକଥା, ଲୋକନାଚ, ଲୋକଗୀତକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୭ତମ ମକର ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଭାରେ ପ୍ରଥମେ ମା’ ଦ୍ୱାରସେନୀ, ସ୍ଵଭାବ କବି ଗଙ୍ଗାଧର ମେହେର ଓ ଫକୀର ମୋହନ ସେନାପତିଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ଉପସଭାପତି ସନ୍ତୋଷ ତ୍ରିପାଠୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଆୟୋଜିତ ଏହି ସଭାରେ ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡ଼. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ଶିଶୁ କବି ଡ଼. ଯୁଗଳ କିଶୋର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ଟିଟିଲାଗଡ଼ର ବ୍ୟଙ୍ଗ କବି ଟିକେଲାଲ ବେହେରା, ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ୍ ଜୈନ, କଣ୍ଟାବାଞ୍ଜି ନିର୍ଝରିଣୀ ସାହିତ୍ୟ ସଂସଦର ସମ୍ପାଦକ ବିରଞ୍ଚି ନାରାୟଣ ଦାସ, କୋଶଲୀ ମହାଜୋଟର ସଭାପତି ଭିକାରୀ ଚରଣ ମିଶ୍ର, କୋଶଲୀ କବି ଜ୍ୟୋତିପ୍ରକାଶ ଗଡ଼ତିଆ, ବ୍ୟବସାୟୀ ପିତାମ୍ବର ମେହେର, ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ସମ୍ପାଦକ ନିଗମାନନ୍ଦ ଦାସ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, କଣ୍ଠଶିଳ୍ପୀ ସନ୍ତୋଷ ତ୍ରିପାଠୀ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଦେବଙ୍ଗ ୟୁପି ସ୍କୁଲର ପ୍ରଧାନଶିକ୍ଷକ ନେତ୍ରମଣି ଭୋଇ, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଚଳରେ ଲୁଚି ଯାଉଥିବା ଲୋକକଳା, ଲୋକଗୀତ, ଲୋକନାଚକୁ ପୁନରୁଦ୍ଧାର କରିବା ପାଇଁ ଆହ୍ୱାନ କରିଥିଲେ । ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, କୀର୍ତ୍ତନ, ପାଲା, ଦାସ କାଠିଆ, ଢାପ, ଢୋଳ ବାଦ୍ୟ, ଖଞ୍ଜଣି, ବାହାକ ସଂଚାର ନୃତ୍ୟ ପରିବେଷଣ କରିବା ସହିତ କବିତା ପାଠ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଅଞ୍ଚଳର ବହୁ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁରେଶ ଭୋଇ ମଞ୍ଚ ପରିଚାଳନା କରିଥିଲେ । ଆୟୋଜକ କମିଟିର ଅଶୋକ ନାରାୟଣ ଭୋଇ, ରାଧେଶ୍ୟାମ ମେହେର, ଭକ୍ତବନ୍ଧୁ ସାହୁ, ବଂଶୀଧର ବେହେରା, ବିଶ୍ୱନାଥ ସାହୁଙ୍କ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.