jayashree

କୁଶଙ୍ଗରେ ମକର ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ, କୁଶଙ୍ଗ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ସ୍ଥାନୀୟ କୁଶଙ୍ଗାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶତାଧିକ କଳାକାର ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଯଥା ଦଣ୍ଡନାଚ, କରମା, ହଲିଆ ଗୀତ, କିର୍ତ୍ତନ୍ୟ, ରାମଲୀଳା ଆଦି ପରିବେଶଣ କରାଯାଇଥିଲା । ପୁରୀ ଜିଲ୍ଲା ବ୍ରହ୍ମଗିରିର ମା’ ବିନ୍ଧେଶ୍ୱରୀ କଳା ପରିଷଦ ଦ୍ୱାରା ‘ଚଇତି ଘୋଡ଼ା ନାଚ’ ପରିବେଷଣ ଉଚ୍ଚ ପ୍ରଶଂସିତ ହୋଇଥିଲା । ପ୍ରମୋଦ କୁମାର ଲେଙ୍କା, କୁଳମଣି ପଧାନ ଓ ସାଥୀମାନଙ୍କ ଦ୍ୱାରା ଉକ୍ତ ଘୋଡ଼ା ନାଚ ଦର୍ଶକଙ୍କ ମନ ମୋହିଥିଲା । ଅପରାହ୍ନରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ନିହାର ରଞ୍ଜନ ବେହେରା ଉପସ୍ଥିତ ଥିଲେ । ଗୋଲକ ବିହାରୀ ପଟେଲଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ କଳାକାର ସଂଘର ଉପସଭାପତି ସରୋଜ ବିଶ୍ୱାଳ, ସୁରସଙ୍ଗମର ସଂପାଦକ ସରୋଜ ମହାକୁର ସଂଘର ଆବାହକ ଗୋଳକବିହାରୀ ପଟେଲ ସଭାରେ ଉପସ୍ଥିତ ଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦାମୋଦର ଭୋଇ ସ୍ମୃତି ସମ୍ମାନ ଦାଶରଥୀ ଦାଶ, କିର୍ତ୍ତନ୍ୟ ଗାୟକଙ୍କୁ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ଦାମୋଦର ଭୋଇଙ୍କ ନାତି ଭବାନୀ ଶଙ୍କର ଭୋଇ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦୁତୀୟା ଦେହେରୀ, ପ୍ରେମାନନ୍ଦ ପଟେଲ, ଉଦ୍ଧବ ସା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫୁଲ୍ଲ ତୁମନିଆଁ । କରୁଣାକର ବାଗ, ସୁବଳ ଖଟୁଆ, ଗୋପାଳ ହୋତା, ଦାଶରଥୀ ଦାଶ, ଉଦ୍ଧବ ବେହେରା, ରତନ ପୃଷ୍ଟି, ସୁଶାନ୍ତ ପଟେଲ, କାଳିଆ ସାହୁ, ବଦ୍ରିନାରାୟଣ ରାଉତ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.