ଭୁବନେଶ୍ୱର : ବାଲେଶ୍ୱର ଏଫଏମରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁରୁତର ଛାତ୍ରୀଙ୍କୁ ଭେଟିବାକୁ ଏମ୍ସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ରହିଛନ୍ତି । ଉଭୟ ଏମ୍ସରେ ପହଞ୍ଚି ବର୍ଣ୍ଣ ୟୁନିଟ ଆଇସିୟୁକୁ ଯାଇ ପ୍ରଥମେ ପୀଡ଼ିତାଙ୍କ ବାପାଙ୍କୁ ଭେଟିଥିଲେ । ଏହାପରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ଅଧିକ୍ଷକ ଡାକ୍ତର ଦିଲ୍ଲୀପ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ ।