ଡମ୍ବରୁ ଧଙ୍ଗଡ଼ା ମାଝୀଙ୍କ ପରଲୋକ

ମ. ରାମପୁର (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅବସର ପ୍ରାପ୍ତ ବିଦ୍ୟୁତ କର୍ମଚାରୀ ତଥା କ୍ଷତ୍ରୀୟ ପାଇକ ସମାଜର ପଲ୍ଲୀ ସଭାପତି ଡମ୍ବରୁ ଧଙ୍ଗଡା ମାଝୀ (୬୭) ବୁଧବାର ଦିନ ସକାଳ ୮ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ସେ କ୍ଷ୍ୟତ୍ରୀୟ ପାଇକ ସମାଜ ଉପମଣ୍ଡଳର ଦୁଇ ଥର କୂଳସୋଦର ହୋଇଥିଲେ ଏବଂ ପାଇକ ସମାଜର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ । ଜନ୍ମ ମାଟି ମଦନପୁରରେ ତାଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ ସୁନୀଲ ଧଙ୍ଗଡା ମାଝୀ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.