jayashree

ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌

  • ଓଡିଆ ସଂକୃତି ଓ ପରମ୍ପରାକୁ ଉଦଜୀବିତ କରିବ ଏହି କାର୍ଯ୍ୟକ୍ରମ

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ବାଉରୀ ମନ୍ଦିରରୁ ମାଁଙ୍କ ଦିବ୍ୟ ଜ୍ୟୋତି ଢୋଲ ଓ ମହୁରୀ ବାଦ୍ୟରେ ପଡିଆକୁ ଆଣି ଅବସ୍ଥାପିତ କରାଯାଇଥିଲା । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇ. ନିର୍ମଳ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ରାମଗଡ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ଶିକ୍ଷାବିତ୍ ପୌଲସ୍ତି ଭୋକ୍ତା, ଡ଼ଃ. ଅମରେଶ ସାହୁ, କଣ୍ଟାମାଳ କେଲ ରେଞ୍ଜ ଅଧିକାରୀ ଅର୍ତତ୍ରାଣ ମିର୍ଧା, ରାମଗଡ ଗ୍ରାମ୍ୟ ସଭାପତି ଶମ୍ଭୁ ପ୍ରସାଦ କ୍ଷେତ୍ତି, ଯାତ୍ରା ନିର୍ଦେଶକ ବୀରେନ୍ଦ୍ର ବାରିକ, ନରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଧୁନିକ ଯୁଗରେ ବିଲୁପ୍ତ ହୋଇ ଯାଉଥିବା ଓଡିଆ ସଂସ୍କୃତି ଓ ପାରମ୍ପାରିକ ଲୋକବାଦ୍ୟ ମହୁରୀ ସୁରେ ସୁରେ ଢୋଲବାଦ୍ୟ ପ୍ରତିଯୋଗିତା ହୋଇଥିଲା । ସୁର, ଲୟ ତାଳର ମହା ମିଳନ ଲୋକବାଦ୍ୟ, ଲୋକକଳାର ଦଣ୍ଡବାଦ୍ୟ, ଷୋଳ ସୁଅଙ୍ଗ ବାଦ୍ୟ, କାଳୀବାଦ୍ୟ, ସମ୍ବଲପୁରୀ ବାଦ୍ୟ ଦର୍ଶକଙ୍କ ମନ ମୋହିଥିଲା । ରାମଗଡ ଗ୍ରାମବାସୀଙ୍କ ଦ୍ୱାରା ଓ ବୌଦ୍ଧ ମାଟିର ଛୁଆ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରାୟ ୪୦ ଗୋଟି ଢୁଲିଆ ମହୁରୀଆ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରଜନୀ ବାରିକ, ରବି ସେଠି, ସୁବାସ ବିଶି, ବିଜନ ମହାନ୍ତି, ସନ୍ତୋଷ ସେଠୀଙ୍କ ସମେତ ସମସ୍ତ ଗ୍ରାମବାସୀ ସାହାଯ୍ୟ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.