oum

ଗଞ୍ଜାମରେ ଅନୁକୂଳଚନ୍ଦ୍ର ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ଉତ୍ସବ ଅବସରରେ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଗୁରୁଭାଇ ଓ ଗୁରୁ ମା’ମାନଙ୍କ ନାଚଗୀତରେ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ନୂତନ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏଥିସହ ନୂତନ ସତସଙ୍ଗ ଏବଂ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଏଥିରେ ସହପ୍ରତି ରିତକ- ବିଜୟ ପଣ୍ଡା, ସ.ପରି- ବି.ଆଶିଷ କୁମାର ସୁବୁଦ୍ଧି, ଆଞ୍ଚଳିକ ଯାଜକ ଇଂ ଗଜେନ୍ଦ୍ର ତରାଇ, ଗୋବିନ୍ଦ ଦାସ, ଭାସ୍କର ପ୍ରଧାନ, ଦୁର୍ଯ୍ୟୋଧନ ରେଡ଼ି, ଶବର କୁମାର ତରାଇ, ସଞ୍ଜୟ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.