oom

ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟା

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଯୁବବ୍ୟାପର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବିଧାୟକ ପର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପତିତପାବନ ବୈଦ୍ୟ, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଏସ୍‌ପି ନିତେଶ ୱାଧନୀ, ୭ଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଞ୍ଚାସୀନ ଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଅନ୍ୟନ । ଜିଲ୍ଲାର ଅଧିବାସୀ ଶାନ୍ତ ଓ ସରଳ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶସନ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ । ତୃତୀୟ ସନ୍ଧ୍ୟାରେ ଗୁଜୁରାଟର ସିଦ୍ଧି ଧମାଲ, ମଣ୍ଟୁ ଛୁରିଆ, ଅସୀମା ପଣ୍ଡାଙ୍କ ସଙ୍ଗୀତ ଓ ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା । ମୁଖ୍ୟ ଅତିଥି ପ୍ରଥମେ ପୁସ୍ତକ ମେଳା ଓ ପଲିଶ୍ରୀ ମେଳା ପରିଦର୍ଶନ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.