oom

ମାଲ୍ୟବନ୍ତ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା : ଦର୍ଶକଙ୍କ ମନ ମୋହିଲା ଆସାମର ବିହୁ ନୃତ୍ୟ

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆସମର ବିହୁ, କୋଲକତାର ନୁପୁର ନୃତ୍ୟଦଳ ଦର୍ଶକମାନଙ୍କ ମନ ମୋହିଛନ୍ତି । ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନିତ ଅତିଥି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପଙ୍ଗ ଆଓ, ରେଳ ମଣ୍ଡଳ ଅଧିକାରୀ ଅନୁପ କୁମାର ଶତପଥି, ଡ଼ିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ, ବିଏସଏଫ ଡ଼ିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଜିଲ୍ଲା ଦୌରାଜ ଅଜନ୍ତା ଷଡ଼ଙ୍ଗୀ, ଏସ୍‌ପି ନିତେଶ ୱାଧନୀ, କୋରାପୁଟ ଜିଲ୍ଲାପାଳ ଆଦଲ ଏମ ଅଖ ତାର, ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାପାଳ ହରିଶ ଏସ୍‌ ଯୋଗଦେଇଥିଲେ । ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ଅନ୍ୟନ, ଜିଲ୍ଲାର ଅଧିବାସୀ ଶାନ୍ତ ଓ ସରଳ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ଆସାମର ବିହୁ, କଲିକତାର ନୁପୁର ଓ ଭୁବନେଶ୍ବର ପୁଷିତା ମିଶ୍ରଙ୍କ ଓଡିଶୀ ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.