କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜପୁତ କ୍ଷତ୍ରୀୟ ପାଇକ ସମାଜ ପଶ୍ଚିମ ମଣ୍ଡଳ, ଭଇଁରିଗୁଡା ଆନୁକୂଲ୍ୟରେ ତଥା ଦେପୁର ଉପମଣ୍ଡଳ ଆୟୋଜନରେ କଲମପୁର ବ୍ଲକ ଦେପୁର ପ୍ରହରୀ ମଣ୍ଡପରେ ତ୍ରିଦିବସୀୟ ଶ୍ରୀରାମ ଜନ୍ମ ମହୋତ୍ସବ ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା ରାଜପୁତ କ୍ଷତ୍ରୀୟ ପାଇକ ସମାଜର ହଜାର ହଜାର ସଦସ୍ୟ ସଦସ୍ୟା ପ୍ରଥମେ ଦେପୁର ପ୍ରହରୀ ମଣ୍ଡପ ନିକଟରେ ଏକତ୍ରିତ ହୋଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମଦେବୀ ଲଙ୍କେଶ୍ୱରୀ ପୀଠକୁ ଯାଇ ନିମନ୍ତ୍ରଣ କରି ପୂଜାମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଶୋଭାଯାତ୍ରାରେ କ୍ଷତ୍ରୀୟ ପାଇକ ସମାଜର ଯୁବକମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ବାଦ୍ୟର ତାଳେ ତାଳେ ସେମାନଙ୍କ ସମର କଳା ପ୍ରଦର୍ଶନ କରିଥିଲେ । ମହାପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ପଶ୍ଚିମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଗୁଣନିଧି ମାଝୀ, ପୂର୍ବତନ ଜିଲ୍ଲା କମିଟି ଅଧ୍ୟକ୍ଷ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଥୁଆମୂଳ ରାମପୁର ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନ୍ନା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ ଚନ୍ଦ୍ରଧ୍ଵଜ ପେସନିଆ, ଘନଶ୍ୟାମ ଗୁରୁ, ନୀଳକଣ୍ଠ ପାତ୍ର, ପରମାନନ୍ଦ ପୁଝାରୀ, ଯୁଗଳ ନାଏକ, ମୁଖିରାମ ଦଣ୍ଡସେନା, ଶେଷଦେବ ପାତ୍ର, ପ୍ରମୁଖ ଅତିଥୀଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ବାଲଗୋପାଳ ତେଣ୍ଡକାରୀ ସ୍ୱାଗତ ଅଭିଭାଷଣ ଉଦ୍ଦେଶ୍ୟ ଜ୍ଞାପନ ସହ ମଞ୍ଚ ପରିଚାଳନା କରିଥିଲେ । ନରୋତ୍ତମ ପୁଝାରୀ ଏବଂ କରୁଣାକର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜକ କମିଟି ଦ୍ୱାରା ବରିଷ୍ଠ ସମାଜସେବୀ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ସାମାଜିକ ବ୍ୟକ୍ତି ବିଶେଷ, କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଥମ ସନ୍ଧ୍ୟାରେ ବଲାଙ୍ଗିରର ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଏବଂ ସାଥୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା । ଦ୍ଵିତୀୟ ଦିବସରେ ଶ୍ରୀରାମ ଚରିତ ମାନସ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମ କରାଯାଇଥିଲା । କୁଳପତି ରଜନୀକାନ୍ତ ବିଶି ଏବଂ ତାଙ୍କ ଧର୍ମପତ୍ନୀ ତୁଳସା ବିଶି କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିଲେ । ସନ୍ଧ୍ୟାରେ ଖୋର୍ଦ୍ଧାର ଜୟୀ ରାଜଗୁରୁ ପାଇକ ଆଖଡ଼ା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି । ଦୟାନିଧି ବାଣୁଆ, ହଟ କିଶୋର ସାହାଣୀ, ଶଶାଙ୍କ ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶୁଶିଲ କୁମାର ବାଣୁଆ, ରାହାସ ରାଉତ, ସୁଶାନ୍ତ ଜଗରିଆ, ଅରୁଣ ଜଗରିଆ, ରାହାସ ରାଉତ ଶେଷଦେବ ପାତ୍ର ଏବଂ ସାମାଜିକ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post