oom

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩-୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ, କ୍ରୀଡା, ସାମାଜିକ ସଚେତନତା ପରି ବିଭିନ୍ନ କାର୍ଯ୍ୟକ୍ରମ ମହିମୁଣ୍ଡା ମାଧ୍ୟମିକ ବିଦ୍ୟାଳୟ ତରଫରୁ ଉଭୟ ଅନୁଷ୍ଠାନ ଏବଂ ପାଖ ଗାଁ ସିରାବାହାଲ, ମହିମୁଣ୍ଡା, ଡାହିମାଲରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିନରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ତଥା ଜନ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳର ଶିକ୍ଷା ତଥା ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଯୋଗଦାନ କରି ଶିକ୍ଷା ଉପରେ ଆଲୋକପାତ କରିବା ସହ ଉତ୍ତମ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟତମ ସମ୍ମାନିତ ଅଥିତି ସରପଂଚ ଶ୍ରୀମତୀ ରଞ୍ଜିତା ଭୋଇ ସାମ୍ପ୍ରତିକ ସମାଜରେ ନାରୀର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ୟୋଧନ ପ୍ରଧାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିବା ସହ ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ବିଭିନ୍ନ ପ୍ରତିଭାର ଖୁବ୍ ପ୍ରଶଂସା କରିଥିଲେ । ଅନୁଷ୍ଠାନର ନୋଡାଲ ଅଫିସର ଡ. ଜଗନ୍ନାଥ ସାହୁ ବିବରଣୀ ପାଠ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମେଡାଲ ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ହେତୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପକ ସରୋଜ ବିଶି ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.