om academy

ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ନବାନ୍ନ ପର୍ବ ପାଳନ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଶ୍ରାବଣ ପୂର୍ଣ୍ଣିମା । ଏହି ଅବସରରେ ଯୋଗିମୁଣ୍ଡା ପଞ୍ଚାୟତ ଠକପଡ଼ା ମହିମା ମଠ ଠାରେ ପ୍ରତିବର୍ଷ ପରି ଏବର୍ଷ ନବାନ୍ନ ପର୍ବ ପାଳନ ହୋଇଯାଇଛି । ବ୍ରହ୍ମ ଅବଧୂତ ଦେବରାଜ ବାବାଙ୍କ ତତ୍ତ୍ଵାବଧାନରେ ଚତୁର୍ଦ୍ଦଶୀ ଦିନ ରାତ୍ରରୁ ଜଗତ ଭକତ ଉଦ୍ଧାର ଓ ବିଶ୍ଵର କଲ୍ୟାଣ ପାଇଁ ଅହରାତ୍ର ଘୃତାହୁତି କରାଯାଇ ପୂର୍ଣ୍ଣିମା ଦିନ ସକାଳୁ ମହିମା ସାଧୁ ମାନେ ନବାନ୍ନ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଖଞ୍ଜଣି ଦଳ ମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଠକପଡ଼ା ଭକ୍ତବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.