ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୈପାରୀଗୁଡା : ଶୌଚ ପାଇଁ ଯାଇଥିବା ବେଳେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମର ୫୫ ବର୍ଷ ବୟସ୍କା ଦଉନା ନାୟକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମର ଦଉନା ନାୟକ ମଙ୍ଗଳବାର ଦିନ ନିଜ ଘରକାମ ସାରି ପରେ ଗାଁ ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ ରାତି ତମାମ ଦଉନାଙ୍କୁ ଖୋଜାଖୋଜି କରିଥିଲେ । ତାପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । କିନ୍ତୁ ବୁଧବାର ପୂର୍ବାହ୍ନରେ ଗାଁର କିଛି ଲୋକ ଗାଧୋଇବା ପାଇଁ ଯିବାବେଳେ ପୋଖରୀରେ ଦଉନାଙ୍କ ମୃତଦେହ ଭାସୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଶବକୁ ଚିହ୍ନଟ କରିବା ପରେ ବୈପାରୀଗୁଡା ପୋଲିସ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରୁ ଅଗ୍ନିଶମ କର୍ମଚାରୀ ଶବ ଉଦ୍ଧାର କରିବା ପରେ ମୃତଦେହ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.