jayashree

କାଇଁଚପୁର ପାଞ୍ଚାୟତର ବିକାଶ ପାଇଁ ଦୁଇ ମହିଳା ପ୍ରାର୍ଥିନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଦୁଇ ମହିଳା ନେତ୍ରୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥିନୀ କେ.ପୁନମ ରେଡ୍ଡୀ ଓ ମାଳିଜଗନ୍ନାଥପୁର ଗ୍ରାମର ମଞ୍ଜୁ ମହାପାତ୍ର ସମିତିସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ଦୁଇ ନୁଆଁମୁହଁ ପଞ୍ଚାୟତର ସାମୁହିକ ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ସାମ୍ପ୍ରତିକ ସମୟରେ ଘରକୋଣରେ ରହିବା ଅପେକ୍ଷା ସମାଜ ସେବାରେ ନିଜକୁ ସମର୍ପଣ କରିବା ଶିକ୍ଷିତ ମହିଳା ହିସାବରେ ଉପଯୁକ୍ତ ହେବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.