ନିଆଁରେ ପୋଡି ମହିଳା ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ ଶୀତର ଲହରୀ ଜାରି ରହିଥିବା ବେଳେ କାମାକ୍ଷାନଗର ସ୍ଥିତ ସୁରପ୍ରତାପପୁର ଗ୍ରାମର ଜଣେ ମହିଳା ଆଜି ନିଆଁ ପୋଉଁ ଥିବା ବେଳେ ପୋଡିହୋଇ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମହିଳା ଜଣକ ହେଲେ ଗ୍ରାମର ଅଜିତ ରାଉତଙ୍କ ପତ୍ନୀ ସୀମା ରାଉତ । ସୂଚନା ଅନୁସାରେ ଆଜି ସକାଳ ସମୟରେ ନିଆଁ ପୋଉଁ ଥିବା ବେଳେ ଅସାବଧାନତା ଯୋଗୁଁ ସୀମାଙ୍କ ଲୁଗାରେ ନିଆଁ ଲାଗି ଯାଇଥିବା ବେଳେ ସୀମାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ତେବେ ପରିବାର ଲୋକେ ତୁରନ୍ତ ନିଆଁ ଲିଭାଇବା ପରେ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ସୀମାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୀମାଙ୍କ ଦେହ ୭୦ ଭାଗ ପୋଡ଼ିଯାଇଛି ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!