ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା କୃଷକ ସଭା, ଗଣତାନ୍ତ୍ରିକ ଯୁବ ଫେଡେରେସନ, ଏସ୍ଏଫ୍ଆଇ, କ୍ଷେତ ମଜଦୁର ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସେକ୍ଟର ୧୬ସ୍ଥିତ ଶ୍ରମିକ ଭବନ ଠାରେ ଗଣତାନ୍ତ୍ରିକ ମହିଳା ସମିତିର ସୁନ୍ଦରଗଡ଼ ଜିଲ୍ଲା ସଭାନେତ୍ରୀ ତାଜମୁନ ନେହାର ଓ ସିଆଇଟିୟୁ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରାଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି, ବିଶିଷ୍ଟ ପ୍ରାବନ୍ଧିକ ଡଃ. ନଗେନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଦିନରେ ମହିଳା ମାନଙ୍କ ସୁରକ୍ଷା, ମୁକ୍ତି, ଓ ଲିଙ୍ଗଗତ ଭେଦଭାବ ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ । ଦେଶ ସ୍ୱାଧୀନ ହେବାର ୭୯ ବର୍ଷ ହୋଇଥିଲେ ବେଳେ ଆମେ ସମାଜର ଅର୍ଦ୍ଧାଧିକ ଜନସଂଖ୍ୟା ମହିଳା ମାନଙ୍କୁ ସମାନ ଅଧିକାର ଦେଇ ପାରିଲେ ନାହିଁ । ଏହା ଆମର ସମାଜ ବ୍ୟବସ୍ଥା ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ମହିଳା ନେତ୍ରୀ ସିନିଗୋ ବେଶ୍ରା, ଜୋସ୍ନାମୟୀ ଧୂପାଳ, ଅନିତା ନାୟକ, କୃଷକ ସଭା ମହିଳା ନେତ୍ରୀ ବୁଧନୀ ମୁଣ୍ଡାରୀ, ସୁରେନ୍ଦ୍ର ଦାଶ, ଆଇନଜୀବୀ ରାଜ କିଶୋର ପ୍ରଧାନ, ଯୁବ ଫେଡେରେସନ ଜିଲ୍ଲା ସଭାପତି ଶେଖର ଶର୍ମା, କ୍ଷେତ ମଜଦୁର ୟୁନିୟନ ନେତା ରଜତ ମୁଣ୍ଡା, ଶ୍ରମିକ ନେତା ହୃଦୟାନନ୍ଦ ଯାଦବ, ବିଶ୍ଵଜିତ ମାଝୀ, ଦିବାକର ମହାରଣା, ଶାନ୍ତି ମିଞ୍ଜ, ଅଞ୍ଜଳି ଘୋଷ ପ୍ରମୁଖ ବକ୍ତବ୍ୟ ରଖି ମହିଳାଙ୍କୁ ସମାନତା ଅଧିକାର, ଲିଙ୍ଗଗତ ଭେଦଭାବ ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ, ସମସ୍ତଙ୍କୁ ସମାନ କାମକୁ ସମାନ ମଜୁରୀ, ଆଶା, ଅଙ୍ଗନବାଡିଙ୍କ ସମେତ ସମସ୍ତ ସ୍କିମ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା, ମହିଳା ଶ୍ରମିକଙ୍କୁ ରାତ୍ରୀକାଳୀନ କାର୍ଯ୍ୟରେ ନିୟୋଜିତକୁ ପ୍ରତିବାଦ, ମହିଳା ଶ୍ରମିକ ମାନଙ୍କୁ ମାତୃକାଳୀନ ଛୁଟି ଦାବିରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଓ ମହିଳା ମାନଙ୍କୁ ଐକ୍ୟବଦ୍ଧ ସଂଗଠିତ ପାଇଁ ଆହ୍ୱାନ କରାଯାଇଛି ।
Prev Post