
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ମହିଳା ଦିବସ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ରାଜଲକ୍ଷ୍ମୀ ଟିଭିଏସ୍ ସୋ’ରୁମ ଉପର ମହଲାରେ ଏସବିଆଇ ଲାଇଫ ଇନ୍ସୁରେନ୍ସ ଅଫିସରେ ଆନ୍ତର୍ଜାତୀୟ ମହିଳା ଦିବସ ବ୍ରାଞ୍ଚ ମ୍ୟାନେଜର ଲୋକେଶ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଆର୍ଏମ୍ ବିଜୟ ଚୌଧୁରୀ ଆସି ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ଥିବା ଲାଇଫ ମିତ୍ର, ମ୍ୟାନେଜରଙ୍କ ଉପସ୍ଥିତିରେ ପ୍ରଥମେ କେକ କାଟି ସମାରୋହକୁ ଆରମ୍ଭ କରିଥିଲେ । ତାପରେ ନୂତନ ପ୍ଲାନ୍ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ଏହି ବ୍ରାଞ୍ଚରେ ଜଡ଼ିତ ହୋଇଥିବା ମହିଳାମାନେ ଆହୁରି ସଫଳ ହୋଇ ଆଗକୁ ବଢନ୍ତୁ ବୋଲି ତାଙ୍କର ଉତ୍ତୋରତ୍ତର କାମନା କରିଥିଲେ । ଉପସ୍ଥିତ ମହିଳା, ଝିଅ ଲାଇଫ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମ୍ୟାନେଜର ଅମିତ ବାଗ, ସୋନାଲି ସାହୁ, ବନ୍ଦନା ମହାପାତ୍ର, ପ୍ରବୀଣ ପୋଡ, ଦିନେଶ ମହାନନ୍ଦ, ମଦନ ମଟିଆଲି, କମ୍ପ୍ୟୁଟର ପ୍ରୋଗ୍ରାମର ସୂର୍ଯ୍ୟ କୁମାର ଆଚାର୍ଯ୍ୟ, ବ୍ରଜ ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।