
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଉତ୍କଳ ସ୍ନେହୀ ମହିଳା ସମିତି’ ଆନୁକୂଲ୍ୟରେ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସଭ୍ୟା ସୁପ୍ରୀୟା ମହାନ୍ତି ଏବଂ ଅଜୟ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ସଭାନେତ୍ରୀ ସବିତା ସାହୁ ସ୍ବାଗତ ଭାଷଣ ମାଧ୍ୟମରେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସମିତି ବିଗତ ବର୍ଷ ମାନଙ୍କରେ କରିଆସୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସଭ୍ୟା ଗୀତା ସେନାପତି ମଧ୍ୟ ଆଜି ଦିନର ତାତ୍ପର୍ଯ୍ୟ ଏବଂ ନାରୀମାନଙ୍କର ଅଧିକାର ସମ୍ବନ୍ଧରେ ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ପ୍ରୀତି କୁମାରୀ ସାହୁ ଓ ମଞ୍ଜୁଲତା ସାହୁଙ୍କ ସୁଲଳିତ ଭଜନ ସହ କଳ୍ପନା ପଲେଇ, ତୁଳସୀ ମହାରଣା, ମଞ୍ଜୁବାଳା ମହାପାତ୍ର ଓ ଅନୀମା ବିଶ୍ବାଳଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଭାବପୂର୍ଣ୍ଣ କୀର୍ତ୍ତନ ଉପସ୍ଥିତ ଶ୍ରୋତାମାନଙ୍କୁ ଭଗବତ ପ୍ରେମରେ ଉଦବୁଦ୍ଧ କରିଥିଲା । ସୁସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ କବିତା ପାଠ କରିଥିଲେ । ସବିତା ସାହୁ ଏକ ସ୍ବରଚିତ ଗଳ୍ପ ପାଠ କରିଥିଲେ । ମହିଳା ସମିତିର ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସମ୍ୟକ ଆଲୋଚନା ରଖି ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସଭ୍ୟା ସ୍ନିଗ୍ଧା ସାମନ୍ତରାୟ ମହିଳାମାନଙ୍କ ପାଇଁ ଉପଯୋଗୀ କିଛି ଯୋଗ ପ୍ରଦର୍ଶନ କରି ତାହାର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା ଥିଲେ । ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସାବିତ୍ରୀ ଦାସ, ଇନ୍ଦିରା ମହାନ୍ତି, ଗୀତା ମିଶ୍ର ଓ ନନ୍ଦିତା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଲକ୍ଷ୍ମଣ ନାଥ ଦାସ, ନିର୍ମଳ ଆଚାର୍ଯ୍ୟ, ଗିରିଜା ଶଙ୍କର ଗୋସ୍ବାମୀ, ପ୍ରଭାତୀ ଗୋସ୍ବାମୀ, ଝାନ୍ସୀରାଣୀ ନାୟକ, ପ୍ରମୋଦ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଜେନା, ବସନ୍ତ ସେନାପତି, ଡଃ. ଶକ୍ତି ପ୍ରସାଦ ସାମନ୍ତରାୟ, ହରିହର ନାୟକ, ଅଜିତ ପ୍ରସାଦ ସାହୁ, କୈଳାଶ ଚନ୍ଦ୍ର ସାମଲ, ଝୁଲଣ ଜେନା, ବୈକୁଣ୍ଠ ସାହୁ, ଭୀମସେନ ସାହୁ, ବଂଶୀଧର ସାହୁ ଏବଂ ଅନିରୁଦ୍ଧ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ମହିଳା ସମିତିର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ ।