oom

ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହେଡକ୍ୱାଟର ଛତ୍ରପୁରରେ ବିଜେଡି ଦଳୀୟ କମିଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହିଳା ସମାବେଶ ସଭା ଛତ୍ରପୁର ଗୌରୀଶଙ୍କର ମନ୍ଦିରର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରାଇଥିଲେ । ଛତ୍ରପୁର ନଗର ମହିଳା ସଭାନେତ୍ରୀ ବୈଜୟନ୍ତୀ ମାଳା ଶତପଥୀ, ନବନିର୍ବାଚିତ ୧୯ ନମ୍ବର ଯୋନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, ପ୍ରାକ୍ତନ ପୌରଅଧ୍ୟକ୍ଷା ଜି.ଆରତୀ, ଟି.ଲକ୍ଷ୍ମୀ, ପ୍ରାକ୍ତନ ପୌର ଉପାଧ୍ୟାକ୍ଷା ଏମ୍.ୱାଣି ସେନାପତି, ସସ୍ମିତା ସେଠୀ ପ୍ରମୁଖ ସଭାମଞ୍ଚରେ ସମ୍ଭାଷଣ ଦେଇଥିବା ବେଳେ ସର୍ବୋପରି ଦଳୀୟ ନେତ୍ରୀ, ନେତା ଓ କର୍ମୀ ମାନଙ୍କୁ ନବୀନ ବାବୁଙ୍କ ଆଦର୍ଶ ଶାସନ କ୍ଷମତା ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ବହୁଳ ଯୋଜନା ଆଦି ଉପରେ ବର୍ଣ୍ଣନା କରି ଛତ୍ରପୁର ବିଧାୟକ ଶ୍ରୀ ବେହେରା ମହିଳା ମହଲରେ ବହୁଳ ପ୍ରଭାବିତ କରିଥିଲେ ଏବଂ ଏ ସମ୍ପର୍କରେ ବିଶେଷ ଭାବେ ଜନତାଙ୍କୁ ପ୍ରଚାର କରିବାକୁ ଆହ୍ୱାନ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାଚନ ପାଇଁ ବିଜେଡି ଦଳୀୟ ପ୍ରାର୍ଥିନୀଙ୍କ ସମେତ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ତଥା ୨୦ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ନଗର ସଭାପତି ବି.ରାଜିବାବୁ, ଟି.ଚନ୍ଦ୍ରଶେଖର ରାଓ, ସଂଗଠକ ଅହିଭୂଷଣ ସାହୁ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର, ଗଞ୍ଜାମ, ରମ୍ଭା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ଶାଖାରୁ ବହୁସଂଖ୍ୟାରେ ମହିଳାମାନଙ୍କ ସମାବେଶ ହୋଇଥିଲା ଏବଂ ଆଗାମୀ ଦିନରେ ନିଜ ନିଜ ପୌରାଞ୍ଚଳରୁ ହୋଇଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ପରସ୍ପର ସହଯୋଗ ରକ୍ଷାକରି ଦଳର ବିଜୟ ଦିଗରେ ସମସ୍ତଙ୍କର ସକ୍ରୀୟ ସହଯୋଗ କରିବାକୁ ବିଧାୟକ ଆହ୍ୱାନ କରିଥିଲେ ।

jittmm
Leave A Reply

Your email address will not be published.