ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା । ନୂଆପଡାଠାରେ ଏକ ମହିଳା କୋର୍ଟର ମଧ୍ୟ ଉଦ୍‌ଘାଟନରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି. ରାଉତରାୟ, ଜିଲ୍ଲା ଦୌରା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରଶଂନ୍ନ କୁମାର ପାଢୀ, ସିଭିଲ ବାର ସଂଘର ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.