ଇତିହାସ ରଚିଲେ ବାୟୁସେନାର ମହିଳା ପାଇଲଟ୍ ତନୁଷ୍କା ସିଂହ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ। ଇତିହାସ ରଚିଲେ ଭାତୀୟ ମହିଳା ପାଇଲଟରଙ୍କ ତନୁଷ୍କା ସିଂହ । ଉଡାଇବେ ଫାଇଟର ଜେଟ୍ ଜାଗୁଆର । ତାଙ୍କ ଏହି ସଫଳତା ଅନେକ ମହିଳାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ । ତନୁଷ୍କାଙ୍କ ବିଷୟରେ ଯଦି କଥା ହେବା ତେବେ ତାଙ୍କର ପୁରା ପରିବାର ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ବାପା ଓ ଜେଜେ ବାପା ନିଜର ସେବା ଦେଇସାରିଛନ୍ତି । ଏହି କାରଣରୁ ତାଙ୍କ ଭିତରେ ପିଲାବେଳୁ ରାଷ୍ଟ୍ରସେବାର ମନୋଭାବ ରହିଛି । ପିଲାବେଳୁ ସେନାରେ ଯିବାର ଖୁବ୍ ଇଛା ଥିଲା । କିନ୍ତୁ ପରେ ବାୟୁସେନାରେ ଯୋଗ ଦେଇଥିଲେ । ତାମିଲନାଡୁର ଡୁଡିଗଲ ଏୟାରଫୋର୍ସ ଏକାଡେମୀରେ କଡା ଟ୍ରେନିଂ ପରେ ହକ୍ ଏମ୍‌କେ ୧୩୨ ବିମାନ ଉଡାଣ ନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.