oum

ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍ : ଜଣେ ମହିଳା ମୃତ

jsm

କେନ୍ଦୁଝର : ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍ । ମହିଳା ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜବାହାଲ ଗ୍ରାମରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତେଲକୋଇ ଥାନା ବିଞ୍ଜବାହାଲ ଗ୍ରାମର ବାସନ୍ତୀ ସାହୁ (୫୫) ।
ସୂଚନାନୁଯାୟୀ, ତେଲକୋଇ ଥାନା ବିଞ୍ଜବାହାଲ ଗ୍ରାମର ବାସନ୍ତୀ ତାଙ୍କର ସମ୍ପର୍କୀୟଙ୍କୁ ବସଷ୍ଟାଣ୍ଡରେ ଛାଡିବା ପାଇଁ ଆସିଥିଲେ । ରାସ୍ତା ପାରି ହେଉଥିବା ବେଳେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.