କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ଅଧୀନସ୍ଥ କଶୃପଡାରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି । ଉକ୍ତ ରାସ୍ତାରେ ନିର୍ଭର କରିଥାନ୍ତି ରେଙ୍ଗାଲି , ପଦ୍ମପୁର, ସିଂଝରଣ ଭଳି ଗ୍ରାମ ଥିବାବେଳେ ସେହି ରାସ୍ତାଟି ଫୁଲମତି ପାହାଡ଼ ଦେଇ ନର୍ଲା ବ୍ଲକର ଟାପରାଙ୍ଗ, ମୁସ୍କୁଟି, ଗିଗିନାସମେତ ରୁପ୍ରା ଏବଂ ନର୍ଲାକୁ ମଧ୍ୟ ସଂଯୋଗ କରିଥାଏ । ଏହି ରାସ୍ତାରେ ଉକ୍ତ ଗ୍ରାମର ଜନସାଧାରଣ ନିତିଦିନିଆ କର୍ମ, ଚିକିତ୍ସାଳୟ ଏବଂ ଶିକ୍ଷା ପ୍ରାପ୍ତ ଭଳି ଅନେକ କାର୍ଯ୍ୟରେ କଶୃପଡା ଏବଂ କେସିଙ୍ଗା ସହର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଉକ୍ତ ଗ୍ରାମ ମାନଙ୍କଠାରୁ କୌଣସି ଏକ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ସେହି ଶୋଚନୀୟ ରାସ୍ତା ଦେଇ ଗ୍ରାମବାସୀଙ୍କୁ ଯିବାବେଳେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ରାସ୍ତାର ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତମାନଙ୍କରେ ଜଣ ବାହାନ ପଡ଼ି ଦୁର୍ଘଟଣା ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଫଳରେ ରାସ୍ତାଟିର ମରାମତି କିମ୍ବା ନୂତନ ରୂପେ ରାସ୍ତା ଟିର ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଅବଗତ କରାଇ ଅଭିଯୋଗ କରିଛନ୍ତି । ହେଲେ ଅନୁରୋଧ କ୍ରମେ ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳିନଥିବାରୁ ଶେଷରେ ତିନୋଟି ଗ୍ରାମର ଶତାଧିକ ମହିଳା ସୋମବାର ଦିନ ସେହି ରାସ୍ତା ତିକୁ ଅବରୋଧ କରିବା ସହ କେସିଙ୍ଗା ସ୍ଥିତ ‘ଗ୍ରାମ୍ୟ ନିର୍ମାଣ ବିଭାଜନ ‘ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ । ଘେରାଉ କରିବା ସୂଚନା ପାଇ ଉକ୍ତ ବିଭାଗର କାର୍ଯ୍ୟରତ ଅଧିକାରୀମାନେ ଅନେକ ବର୍ଷ ପୂର୍ବେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏ.ସି.ଏ ନାମକ ଏକ ବିଶେଷ ଯୋଜନା ମାଧ୍ୟମରେ ଆମ୍ଭ ବିଭାଗକୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ଫଳରେ ଆମେ ରାସ୍ତା ଟି ତିଆରି କରୁଥିଲୁ । କିନ୍ତୁ ପ୍ରକୃତରେ ସେହି ରାସ୍ତାଟି ଆମ ବିଭାଗର ଅଧୀନରେ ନାହିଁ ତେଣୁ ଆମେ କିଛି କରିପାରିବୁ ନାହିଁ ବୋଲି ଏକ ଲିଖିତ ପତ୍ର ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲେ । ଫଳରେ ଗ୍ରାମବାସୀ ସେହି ଲିଖିତ ପତ୍ର ନେଇ କେସିଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପତ୍ରଟି ହସ୍ତାନ୍ତର କରି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ମାତ୍ରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ତୁରନ୍ତ ପଦକ୍ଷେପ ନେଇ ବର୍ତ୍ତମାନ ରାସ୍ତା ଟିର ମରାମତି ପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ଶୀଘ୍ର କୌଣସି ଏକ ଯୋଜନା ମାଧ୍ୟମରେ ଉକ୍ତ ରାସ୍ତା ଟିକୁ ନୂତନ ରୂପେ ତିଆରି କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବି ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଗ୍ରାମର ସମସ୍ତ ମହିଳା ଏବଂ ଲୋକେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରି ଅବରୋଧ କରିଥିବା ରାସ୍ତାଟିରୁ ହଟିଥିଲେ । ପ୍ରକାଶ ଯେ , ଗ୍ରାମବାସୀଙ୍କ କହିବାନୁଯାୟୀ କଶୃପଡା – ସିଂଝରଣ ରାସ୍ତାର ରେଙ୍ଗାଲି ଗ୍ରାମ ନିକଟରେ ଜଣେ ବ୍ୟବସାୟୀଙ୍କ କ୍ରସର ମିଲ ସହ ଏକ ଇଟା ଫ୍ୟାକ୍ଟ୍ରି ରହିଛି । ଫଳରେ ସେହି ରାସ୍ତା ଦେଇ ନିତିଦିନ ଅନେକ ସଂଖ୍ୟାରେ ହାଇୱା , ଟ୍ରକ୍ ଏବଂ ଟ୍ରାକ୍ଟର ଭଳି ଭାରିଯାନ ଯାତାୟାତ କରିଥାଏ । ଫଳରେ ଗ୍ରମାର ମହିଳାମାନେ ରାସ୍ତା ଟିକୁ ଅବରୋଧ କରିଥିବା ବେଳେ ସେହି ମାଲିକଙ୍କ ଯାନ ବାହାନ ଗମନା ଗମନରେ ବାଧା ପ୍ରାପ୍ତ ହେବାରୁ ସେହି ବ୍ୟବସାୟୀ ଜଣକ ଆସି ମହିଳାମାନଙ୍କ ସହିତ ତର୍କ ବିତର୍କ କରିଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷେ କିଛିଦିନ ପୂର୍ବେ କେସିଙ୍ଗା ରେଳ ଓଭର୍ ବ୍ରିଜ ନିମନ୍ତେ ମାଟି ଦରକାର ହେବାରୁ ଜଣେ ଠିକା ସଂସ୍ଥା ସେହି ରାସ୍ତାକୁ ବ୍ୟବହାର କରି ହଜାର ହଜାର ହାଇୱା ମାଟି ନେଇଥିଲା ହେଲେ ବର୍ତ୍ତମାନ ତାହା ବନ୍ଦ ହୋଇଛି । ଫଳରେ ରାସ୍ତାଟି ଆହୁରି ଶୋଚନୀୟ ହୋଇପଡିଛି । ବର୍ତ୍ତମାନ ସବୁଦିନ ଇଟା ତିଆରି ନିମନ୍ତେ ଉକ୍ତ ଫ୍ୟାକ୍ଟ୍ରିର ମାଲିକ ଜଣକ ବର୍ଷ ତମାମ ଡଷ୍ଟ, ବାଲି ଭଳି ଅନେକ ପଦାର୍ଥ ନେଉଛନ୍ତି ଏବଂ ଇଟା ତିଆରି ହେବା ପରେ ହାଇୱା ଏବଂ ଟ୍ରକ୍ ମାଧ୍ୟମରେ ଇଟା ନେବା ଦ୍ଵାରା ରାସ୍ତାଟି ସମ୍ପୂର୍ଣ ଶୋଚନୀୟ ହୋଇପଡିଛି । ରାସ୍ତା ତିଆରି ହେଲା ପରେ ଇଟା ନିର୍ମାଣ ଫ୍ୟାକ୍ଟ୍ରି ପାଇଁ ରାସ୍ତା ଖରାପ ହେଲେ ପ୍ରଶାସକ କଣ ପଦକ୍ଷେପ ନେବ ତାହା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ।
